Skip to main content
AdministrationOdishaTrending News

Baliyatra River Front Improvement (BARFI)-Eco Observation Campaign

By January 5, 2020January 8th, 2020No Comments

Loading

କଟକ:ବର୍ଫି “ପ୍ରକୃତି”ତଥା ପରିବେଶ ପର୍ଯ୍ୟବେକ୍ଷଣ ଅଭିଯାନ” କାର୍ଯ୍ୟକ୍ରମ କୁ  କଟକ ଜିଲ୍ଲା ପ୍ରଶାସନ ତରଫରୁ ଆଜି ସକାଳେ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀ ତଳ ବାଲିଯାତ୍ରା ପଡିଆ ମହାନଦୀ ପଠା କ୍ୟାଣ୍ଟନମେଣ୍ଟ ଥାନା ସମ୍ମୁଖ ଗଡ଼ା ଠାରୁ ଶୁଭାରମ୍ଭ କରିଥିଲେ। ଏହି ଅଭିଯାନ ରେ ସି ଡି ଏ ଡି ଏ ଭି ସ୍କୁଲ ର ୫୪ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ। ଅଭିଯାନ କୁ ଆଗେଇନେବା ପାଇଁ ଜିଲ୍ଲାପାଳ ଶ୍ରୀ ଚୟନୀ ଭାଗ ନେଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ବର୍ଫି-ପ୍ରକୃତି ଓ ପରିବେଶ ପର୍ଯ୍ୟବେକ୍ଷକ (BARFI-ECO OBSERVER)ଭାବେ ନିୟୋଜିତ କରାଯିବ ଏବଂ ଏହି ଅଭିଯାନ ଏକ ବର୍ଷ ପର୍ଯ୍ୟନ୍ତ ଚାଲିବ ବୋଲି କହିଥିଲେ। ଅଭିଯାନ ସମ୍ବନ୍ଧରେ ସୂଚନା ଦେଇ ଜିଲ୍ଳାପାଳ କହିଲେ ଯେ ମହାନଦୀ ପଠା ପାରିପାର୍ଶ୍ବିକ ୪୦୦ ଏକରରୁ ଉର୍ଦ୍ଧ ଜମିକୁ ସମତଳ କରାଯିବର କାର୍ଯ୍ୟ ଚାଲୁ ରହିଛି। ଏହି ଜମିର ଆବଶ୍ୟକ ବ୍ୟବହାର, ସୌନ୍ଦର୍ଯ୍ୟକରଣ, ଉନ୍ନତିକରଣ, ସୁରକ୍ଷା ତଥା ରମଣୀୟ ଦୃଶ୍ୟ ସମ୍ବନ୍ଧରେ ବିବରଣୀମାନ ଏହି ପର୍ଯ୍ୟବେକ୍ଷକ ମାନଙ୍କ ଦ୍ୱାରା ବ୍ୟାଖ୍ୟାତ୍ମକ ଭାବେ ତଥା ଚିତ୍ରକଳା, କବିତା ମାଧ୍ୟମରେ ଗଛିତ କରାଯାଇ କଟକର ଏହି ଐତିହାସିକ ଭୂସମ୍ପତ୍ତି ର ମୂଲ୍ୟବୋଧକୁ ଜାତୀୟ ତଥା ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଯାଇ ପାରିବ। ଜିଲ୍ଲା ପ୍ରଶାସନର ଏହି ଅଭିଯାନ ଏକ ସଫଳ ପ୍ରୟାସ ଯାହାଫଳରେ କଟକ ବାସୀ ଏପରିକି ସମଗ୍ର ଓଡିଶା ବାସୀ ଏଠାକାର ପ୍ରକୃତି ଓ ପରିବେଶ ର ରମଣୀୟ ଦୃଶ୍ୟ ମନୋହର କରିବା ସହିତ  ପ୍ରକଳ୍ପ”ବର୍ଫି”(Project BARFI)ରେ ସ୍ଥାନ ପାଇବାକୁ ଥିବା ଉଭୟ କ୍ରୀଡ଼ା ଓ ଜଳକ୍ରୀଡ଼ା, ପର୍ଯ୍ୟଟନ ସ୍ଥଳୀ,ପ୍ରମୋଦ ଉଦ୍ୟାନ ଆଦି ସମସ୍ତର ଆନନ୍ଦ ଉପଭୋଗ କରି ପାରିବେ।

Leave a Reply

nineteen + 3 =