Skip to main content

Loading

କେବଳ ବିଦ୍ୟାଳୟର ଅନ୍ ଲାଇନ୍ ପାଠରେ ଛାତ୍ରଛାତ୍ରୀଙ୍କ ଅଧିକ ବିକାଶ ହୋଇ ପାରିବ ନାହିଁ । -OCTAA

Bhubaneswar: କରୋନା ମହାମାରୀ ଲକ୍ ଡାଉନ୍ ଯୋଗଁ ଶିକ୍ଷାର ବିକାଶ ଉପରେ ପ୍ରଭାବ ପକାଇଛି । କେବଳ ବିଦ୍ୟାଳୟର ଅନ୍ ଲାଇନ୍ ପାଠରେ ଛାତ୍ରଛାତ୍ରୀଙ୍କ ଅଧିକ ବିକାଶ ହୋଇ ପାରିବ ନାହିଁ । ବିଭିନ୍ନ ସ୍କୁଲରେ ଶିକ୍ଷା ଗ୍ରହଣ କଲେ ମଧ୍ୟ ଛାତ୍ରଛାତ୍ରୀ ଟ୍ୟୁସନ୍ ଓ କୋଚିଂ ସେଂଟର ଉପରେ ନିର୍ଭର କରିଥାନ୍ତି । ଛାତ୍ରଛାତ୍ରୀଙ୍କ ଶିକ୍ଷା ଗ୍ରହଣରେ କୋଚିଂ ସେଂଟରର ବଡ଼ ଭୂମିକା ରହିଛି । ଦକ୍ଷତା ବିକାଶ ସହ ସୁଦୃଡ଼ ଶିକ୍ଷା ପାଇପାରିଥାନ୍ତି ବୋଲି ଛାତ୍ରଛାତ୍ରୀ କୋଚିଂ ସେଂଟରରେ ବିଭିନ୍ନ ପରୀକ୍ଷା କରାଯାଇ ବିଦ୍ୟାର୍ଥୀଙ୍କ ମାନସିକ ଦକ୍ଷତା ମଧ୍ୟ ବୃଦ୍ଧି କରାଯାଇଥାଏ ଓଡ଼ିଶା କୋଚିଂ ଏଣ୍ଡ୍ ଟ୍ରେନିଙ୍ଗ୍ ଏକାଡେମୀ ଆସୋସିଏସନ୍ ପକ୍ଷରୁ କୁହାଯାଇଛି ।

ବର୍ତମାନ ଟ୍ୟୁସନ୍ ଓ କୋଚିଂ ସେଂଟର ବନ୍ଦ ଦ୍ୱାରା ଛାତ୍ରଛାତ୍ରୀଙ୍କ ବହୁ ସମସ୍ୟା ହେଉଛି । କେବଳ ଏତିକି ନୁହେଁ ଟ୍ୟୁସନ୍ ଓ କୋଚିଂ ସେଂଟର ଦ୍ୱାରା ଅଗଣିତ ଶିକ୍ଷିତ ବେକାର ରୋଜଗାରପନ୍ଥା ବନ୍ଦ ହୋଇଛି । ଟ୍ୟୁସନ୍ ଓ କୋଚିଂ ସେଂଟର ବନ୍ଦ ଦ୍ୱାରା ଶିକ୍ଷାର ଅଧୋଗତି ହୋଇ ବେକରୀ ବୃଦ୍ଧି ପାଉଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୂରତା ରଖି ଶିକ୍ଷା ଦାନ କରିବା ପାଇଁ କୋଚିଂ ସେଂଟର ଗୁଡ଼ିକ ଖୋଲିବା ପାଇଁ ଅନୁମତିର ଆବଶ୍ୟକ ରହିଛି । ଏଣୁ ରାଜ୍ୟ ସରକାର କୋଚିଂ ସେଂଟର ଗୁଡ଼ିକ ଖୋଲିବା ପାଇଁ ଅନୁମତି ପ୍ରଦାନ କରନ୍ତୁ ବୋଲି ଓଡ଼ିଶା କୋଚିଂ ଏଣ୍ଡ୍ ଟ୍ରେନିଙ୍ଗ୍ ଏକାଡେମୀ  ଆସୋସିଏସନ୍ପ  ପକ୍ଷରୁ ରାଜଧାନରେ ପେସ୍ ଏକାଡ଼େମୀଠାରେ ସମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ନିବେଦନ କରାଯାଇଛି ।

ଏଥିରେ ସଂସ୍ଥାର ସଭାପତି ପ୍ରସନ୍ନ କୁମାର ଚୌଧୁରୀ, ସମ୍ପାଦକ ପ୍ରଭାତ ତ୍ରିପାଠୀ, ଉପଦେଷ୍ଠା ବିଶ୍ୱରଞ୍ଜନ ଦାସ, ରାଜେଶ ମହାକୁଡ଼, ସନ୍ତୋଷ ଦାସ ଓ ସଭ୍ୟମାନେ ଉପସ୍ଥିତଥିଲେ ।

Leave a Reply

17 − 2 =