Skip to main content

Loading

ବାରବାଟୀ-କଟକ ବିଧାୟକ ମୋକିମଙ୍କ
କଦମରସୁଲ ଉନ୍ନୟନ କାର୍ଯ୍ୟର ସମୀକ୍ଷା

କଟକ ତା ୦୩/୧- ଆଜି ଅପରାହ୍ନରେ ବାରବାଟୀ-କଟକ ବିଧାୟକ ଇଂ.ମହମ୍ମଦ ମୋକିମ ଐତିହାସିକ ପବିତ୍ର କଦମରସୁଲ ପୀଠର ଉନ୍ନୟନ ଓ ନବୀକରଣ କାର୍ଯ୍ୟର ସମୀକ୍ଷା କରିଥିଲେ । ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଓ ଆର ଆଣ୍ଡ ବି କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପ୍ରଭାସ କୁମାର ମାଝିଙ୍କ ସମେତ ବିଭାଗୀୟ ଅଧିକାରୀମାନଙ୍କ ସହ କଦମରସୁଲ ପରିସର ବୁଲି ସମସ୍ତ ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ଆଲୋଚନା କରିଥିଲେ । ଏହି ଅବସରରେ କଦମରସୁଲ ପ୍ରବେଶ ପଥରେ ଗୋଟିଏ ସୁଦୃଶ୍ୟ ସ୍ଥାୟୀ କଂକ୍ରିଟ ତୋରଣ ନିର୍ମାଣ ପାଇଁ ବିଧାୟକ ମୋକିମ ସମୀକ୍ଷା ବୈଠକରେ ପ୍ରସ୍ତାବ ରଖିଥିଲେ । କଦମ ରସୁଲ ପରିଚାଳନା କମିଟିର ସଭାପତି ରମଜାନ ଖାନ, ସଂପାଦକ ସେକ ଲିଆକତ ଉଦ୍ଦୀନ ଅହମ୍ମଦ ଏବଂ କମିଟିର ସମସ୍ତ କର୍ମକର୍ତ୍ତାଙ୍କ ସହିତ ବିଭିନ୍ନ କାର୍ଯ୍ୟର ବିକାଶ ପାଇଁ ପଦକ୍ଷେପ ନିମନ୍ତେ ମଧ୍ୟ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୌଲବୀ ହାଜି ଶୟଦ ସଦରଉଦ୍ଦିନ, ପୂର୍ବତନ କର୍ପୋରେଟର ସେକ ସମ୍ମିମ ଉଲ୍ଲ,ସେକ ଜିଆଉଦ୍ଦୀନ,ଇର୍ସାଦ ଖାନ,ଉସ୍ମାନ ଖାନ, ଶୟଦ ରମଜାନ ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

one × 4 =