କଟକ,ତା ୨୮-୫-୨୦୨୦, ଆଜି ପୂର୍ବାହ୍ନରେ ଜିଲ୍ଳାପାଳ ଶ୍ରୀଭବନୀ ଶଙ୍କର ଚୟନୀ,ସି ଏମ ସି କମିଶନର ଅନନ୍ୟା ଦାସ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କ ସହ ଅନୁଗୁଳ ପୁରୀ ବସଷ୍ଟାଣ୍ଡ ଅଞ୍ଚଳ ପରିଦର୍ଶନରେ ଯାଇ ବାଲି ଫିଲିିଙ୍ଗ ପରେ ସେଠାକାର ସ୍ଥିତି ପରଖି ଥିଲେ।ସୂଚନାଯୋଗ୍ୟ ଅନୁଗୁଳ ବସଷ୍ଟାଣ୍ଡ ଓ ପୁରୀ ବସଷ୍ଟାଣ୍ଡ ଯଥାକ୍ରମେ ୩୪୮୮ ଓ ୪୬୮୪ ବର୍ଗ ମିଟରରେ ପରିଚାଳିତ ହେଉଅଛି। ଏଠାରେ ଥିବା ଜବରଦଖଲକୁ ମୁକ୍ତ କରାଯାଇ ଅଧିକନ୍ତୁ ୧୯୨୭୭ ବର୍ଗ ମିଟର ପରିଧି ମଧ୍ୟରେ ବସଷ୍ଟାଣ୍ଡ କରାଯିବାକୁ ସ୍ଥିର କରାଯାଇଛି।

ଏଥି ସହିତ ସମସ୍ତ ଉତ୍ତମ ଆନୁସଙ୍ଗିକ ବ୍ୟବସ୍ଥା କରାଯିବା ଉପରେ ଜିଲ୍ଳାପାଳ ଗୁରୁତ୍ତ୍ୱ ଦେଇଛନ୍ତି। ସେହି ଅଂଚଳରେ ଯେପରି ଖାଲ ଖମା, ନାଳ ନର୍ଦ୍ଧମା ନ ରହିବ ସେଥିପାଇଁ କଂକ୍ରିଟ ରାସ୍ତା ସହ ସବୁଜିମା ପାର୍ଶ୍ୱ ନିର୍ମାଣ କରାଯିବ। ବିଶେଷକରି ଯାତ୍ରୀ ବିଶ୍ରାମଗାର,ଉପଯୁକ୍ତ ଶୌଚାଳୟ ପାର୍କିଂ ସୁବିଧା,ଫ୍ଲଡ଼ ଲାଇଟ, ଗାଡି ଗୁଡିକର ସାମୟିକ ମରାମତି ପାଇଁ ବ୍ୟବସ୍ଥା ଆଦି କାର୍ଯ୍ୟ କରାଯିବା ନେଇ ଜିଲ୍ଳାପାଳ କହିଥିଲେ। ଏହି ପରିଦର୍ଶନ ସମୟରେ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ତାରାକାନ୍ତ ମିଶ୍ର,ନିର୍ବାହୀ ଯନ୍ତ୍ରୀ ଶ୍ରୀ ସୁଧାଂଶୁ ମହାପାତ୍ର,ସି ଏମ ସି ଡେପୁଟି କମିଶନର ଡ଼ ଅବିନାଶ ରାଉତ,ସହକାରୀ ଯନ୍ତ୍ରୀ ଶ୍ରୀ ପିନାକୀ ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ।