Skip to main content
AdministrationIndiaOdishaTrending News

ଗଞ୍ଜାମ ଜିଲ୍ଲାରେ ଘରୋଇ କୋଚିଂ ସେଣ୍ଟର ଗୁଡିକୁ ଖୋଲିବା ପାଇଁ ଦାବୀ

By May 22, 2020No Comments

Loading

  • ଗଞ୍ଜାମ ଜିଲ୍ଲାରେ ଘରୋଇ କୋଚିଂ ସେଣ୍ଟର ଗୁଡିକୁ ଖୋଲିବା ପାଇଁ ଗଞ୍ଜାମ କୋଚିଂ ଆଣ୍ଡ ଟ୍ରେନିଂ ଏକାଡେମୀ ସଂଘ ପକ୍ଷରୁ ଦାବୀ କରାଯାଇ ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

Berhampur/Ganjam:ସମଗ୍ର ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଆରମ୍ଭ ହୋଇଥିବାବେଳେ ଏହି ପର୍ଯ୍ୟାୟରେ କଣ୍ଟେନମେଣ୍ଟ ଜୋନ ବ୍ୟତିତ ଅନ୍ୟ ସମସ୍ତ ସ୍ଥାନ ଗୁଡକରେ କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇ ଦୋକାନ ବଜାର ଖୋଲିବା ସହ ଯାନବାହନ ଚଳାଚଳକୁ ମଧ୍ୟ ଅଗ୍ରଣୀ ଦିଆଯାଇଛି ।

କିନ୍ତୁ ଏଥିରୁ ବର୍ତ୍ତି ଯାଇଛି ଘରୋଇ କୋଚିଂ ସେଣ୍ଟର । ଗଞ୍ଜାମ ଜିଲ୍ଲାରେ ଘରୋଇ କୋଚିଂ ସେଣ୍ଟର ଗୁଡିକୁ ଖୋଲିବା ପାଇଁ ଗଞ୍ଜାମ କୋଚିଂ ଆଣ୍ଡ ଟ୍ରେନିଂ ଏକାଡେମୀ ସଂଘ ପକ୍ଷରୁ ଦାବୀ କରାଯାଇ ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ସଂସଦସ୍ୟମାନେ ଦାବୀ ପତ୍ର ମାଧ୍ୟମରେ ଜିଲ୍ଲାପାଳଙ୍କୁ କୋଭିଡ-୧୯ ଯୋଗୁଁ ଘରୋଇ କୋଟିଂ ସେଣ୍ଟର ଗୁଡିକୁ ବନ୍ଦ କରିବା ଫଳରେ ସେମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଜଣାଇଛନ୍ତି ।

ଏହା ସହ ସେମାନେ ନିର୍ଦ୍ଧିଷ୍ଟ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ସାମାଜିକ ଦୂରତାକୁ ପାଳନ କରି କୋଚିଂ ସେଣ୍ଟର ଗୁଡିକୁ ଖୋଲିବାକୁ ଜିଲ୍ଲାପାଳଙ୍କ ଅନୁମତି ଲୋଡିବା ସହ କୋଚିଂ କ୍ଲାସର ଘର ଭଡାରେ ଆଶିଂକ ଛାଡ କରିବା ଓ ଘରୋଇ କୋଟିଂ ସେଣ୍ଟରକୁ ସ୍ମଲ ସ୍କେଲ ଇଣ୍ଡଷ୍ଟ୍ରିର ମାନ୍ୟତା ଦେବା ପାଇଁ ଦାବୀ ରଖିଛନ୍ତି ।

ଉଦାବୀ ପତ୍ର ପ୍ରଦାନ ସମୟରେ ଟିଏନଟିର ମୁଖ୍ୟ ଅଜୟ ଦ୍ୱିବେଦୀ , ହୁଇଜଡମର ପ୍ରଜ୍ଞା ରଞ୍ଜନ ଦାସ , ଏଜୁକେସନ ପଏଣ୍ଟର ଶିବ ଶଙ୍କର ନାୟକ , ଇନସାଇଟର କୁନାଲ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

 

 

Leave a Reply

4 × 1 =