Skip to main content

Loading

ବିଜୁପଟ୍ଟନାୟକ ବିଜ୍ଞାନ ଓ ଶିକ୍ଷା ମହାବିଦ୍ୟାଳୟ ରେ ଉତ୍ତେଜନ।

ଭୁବନେଶ୍ୱର:କିଛିଦିନ ଧରି  ରାଜ୍ୟରେ ବନ୍ଦ ଥିବା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବା ପରେ, ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଭୁବନେଶ୍ୱରସ୍ଥିତ ଜୟଦେବ ବିହାର ନିକଟ ବିଜୁପଟ୍ଟନାୟକ ବିଜ୍ଞାନ ଓ ଶିକ୍ଷା ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନେ କଲେଜ ଫାଟକ ତାଲା ପକାଇ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରି କଲେ ଆନ୍ଦୋଳନ। ଶିକ୍ଷାର୍ଥୀ ମାନଙ୍କ ଦାବି ସମସ୍ତ ଅଭିବାବକ ମହଲରେ ବିତୁଷ୍ନା ଦେଖାଦେଇଛି। ଯାହା ଅଭିଯୋଗ ଅନୁଯାଇ କଲେଜରେ ପଢ଼ାଉଥିବା ଶୁଭେନ୍ଦୁ ସାର, ନବୀନ ସାର ରାତି ଅଧରେ ଫୋନ କରି ଛାତ୍ରୀମାନଙ୍କ ସହ ଅଶାଳୀନ କଥାବାର୍ତ୍ତା ସହ ଶୋଷ ମେଣ୍ଟାଇବାକୁ ଚାହୁଁଥିଲେ। କ୍ଲାସରେ ପାଠପଢ଼ାଇବା ସମୟରେ ସମ୍ବେଦନଶୀଳ ସ୍ଥାନରେ ହାତ ମାରିବାକୁ ଚେଷ୍ଟା କରୁଥିଲେ, ଏକୁଟିଆ ଦେଖି ଖରାପ ବ୍ୟବହାର କରୁଥିଲେ।

ଏବଂ କଲେଜର ଅନ୍ୟାନ୍ୟ ପାଠାଗାର, ପରିସ୍ରାଗାର, ସାଇକେଲ ଷ୍ଟାଣ୍ଡ, ସାଧାରଣ ଗୃହ, ବାର୍ଷିକ ଉତ୍ସବକୁ ନେଇ କଲେଜ ଛାତ୍ରଛାତ୍ରୀ ମାନେବହୁ ସମସ୍ୟା ଉଠାଇଥିଲେ। ଛାତ୍ର କଂଗ୍ରେସ ରାଜ୍ୟସଭାପତି ୟାସିର ନୱାଜଙ୍କ ନିଷ୍ପତ୍ତି କ୍ରମେ ମୁଖ୍ୟ ମୁଖପାତ୍ର ବିଶ୍ଵ ଭୂଷଣ ମହାପାତ୍ରଙ୍କ ନେତୃତ୍ୱରେ ଏହାର ପ୍ରତିବାଦ ସ୍ବରୂପ ଟାୟାର ଜାଳିବା, କଲେଜ ଫାଟକ ତାଲା ପକାଇବା, ରାସ୍ତାରୋକ କରିବା ଭଳି କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା। ପରିଶେଷରେ ସହାୟକ କମିଶନର ପୋଲିସ ସଞ୍ଜୀବ ଶତପଥୀ ପିଲାମାନଙ୍କୁ ବୁଝାସୁଝା କରି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ଛାତ୍ରୀମାନଙ୍କୁ ଅଧ୍ୟକ୍ଷ, ନବୀନ ସାର, ଶୁଭେନ୍ଦୁ ସାର ନିଜର କୁକର୍ମ ପାଇଁ ଭୁଲ ମାଗିଥିଲେ ଓ ପରବର୍ତ୍ତୀ ସମୟରେ ଏହିପରି କରିବେନି ବୋଲି ସ୍ୱୀକାର କରିଥିଲେ। ଯଦି ଭବିଷ୍ୟତରେ ଏଭଳି କୌଣସି ଅଭିଯୋଗ ଆସେ ତେବେ କଲେଜରେ ଛାତ୍ର ଆନ୍ଦୋଳନ ଭୟାନକ ହେବ ବୋଲି ମୁଖ୍ୟ ମୁଖପାତ୍ର ଶ୍ରୀ ମହାପାତ୍ର ଚେତାବନୀ ଦେଇଥିଲେ। ଯାହାଫଳରେ ପିଲାମାନେ ରାସ୍ତାରୁ ଉଠିଥିଲେ।

ଅଣାୟତ୍ତ ହୋଇଥିବା ପରିସ୍ଥିତି ନିୟନ୍ତ୍ରଣ କୁ ଆସିଥିଲା। ଏଥିରେ ଛାତ୍ର ନେତା ନିହାର ରଞ୍ଜନ ବେହେରା, ମୁନା ପରିଡା, ରଞ୍ଜିତ ସେନାପତି, ଆର୍ଯ୍ୟନ ସାସମଲ, ରାଜଳଷ୍ମୀ ସାହୁ, ପ୍ରୀତିସ୍ମିତା ଜେନା, ପ୍ରମୋଦିନୀ ସାହୁ, ସୁଭସ୍ମିତା ବେହେରା, ରାଜଶ୍ରୀ ନନ୍ଦିନୀ ଦାସ ଗୁରୁ ପ୍ରସାଦ ମଲ୍ଲିକ, ସମ୍ବିତ ସୌମ୍ୟ ରଞ୍ଜନ, ସୌରଭ କୁମାର ଦାସ, ପ୍ରମୁଖ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Leave a Reply

five × 3 =