Skip to main content

କୌଶଳ ଦିକ୍ଷାନ୍ତ ସମାରୋହ।

କଟକ: ଆଦ୍ୟ ତା 17.9.୨୦୨୨ରିଖ କଳିଆବାଲି ଛକ , ଛତ୍ରପୁର ଠାରେ ଥିବା ପ୍ରଧାମନ୍ତ୍ରୀଙ୍କ କୌଶଳ ବିକାଶ କେନ୍ଦ୍ରରେ ଗ୍ରାମ ତରଫ ରୁ କୌଶଳ ଦୀକ୍ଷାନ୍ତ ସମାରୋହ ଉତ୍ସବ ପାଳନ କରାଯାଇଥିଲା । ତାଲିମ ନେଇ ସାରିଥିବା ସିଲେଇ,ଇନଲାଇନ ,କଷ୍ଟମର କେୟାର ଏବଂ ମୋବାଇଲ ରିପରିଂ ଇତ୍ୟାଦି ଟ୍ରେଡ ରୁ ପାସକରିଥିବ ପାଖାପାଖି ୯୦ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।ଉକ୍ତ ସମାରୋହ ରେ ମୁଖ୍ୟ ଅଥିତି ଭାବେ ଛତ୍ରପୁର ର ଗୋଷ୍ଠୀ ଶିକ୍ଷା ଅଧିକାରୀ (ବି ଇ ଓ) BEO ଶ୍ରୀଯୁକ୍ତ ସୀତାରାମ ପାତ୍ର ଏବଂ ମୁଖ୍ୟ ବକ୍ତା ଭାବେ ସେଞ୍ଚୁରୀୟନ୍ +୨ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରିନ୍ସିପଲ୍ ଡ ଲିଙ୍ଗରାଜ ସାହୁ ଏବଂ ବ୍ରହ୍ମପୁର TNT Skill Centre ର ମୁଖ୍ୟ ଶ୍ରୀଯୁକ୍ତ ଅଜୟ ଦ୍ବିବେଦୀ ଯୋଗଦାନ କରିଥିଲେ। କାର୍ଯକ୍ରମ ଆରମ୍ଭରେ ଅତିଥି ମାନଙ୍କୁ ସ୍ଵାଗତ ସମବର୍ଦ୍ଧନା କରାଯାଇ ଥିଲା । ଶ୍ରୀଯୁକ୍ତ ଅଜୟ ଦ୍ବିବେଦୀ କୌଶଳ ଭାରତର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବିଷୟରେ ବକ୍ତବ୍ୟ ଦେଇଥିଲେ । ଏହା ପରେ ପିନ୍ସିପଲ୍ ଡ: ଲିଙ୍ଗରାଜ ସାହୁ ଦକ୍ଷତା ବିକାଶ ତାଲିମ ନେବା ପରେ , ରୋଜଗାର କ୍ଷମ ଏବଂ ସ୍ବାବଲମ୍ବୀଶିଳ ବିଷୟରେ ଅବଗତ କରାଯାଇଥିଲା। ଶେଷରେ ମୁଖ୍ୟ ଅଥିତୀ ଶ୍ରୀଯୁକ୍ତ ସୀତାରାମ ପାତ୍ର ତାଲିମ ଶିକ୍ଷାର୍ଥୀଙ୍କୁ ଉପଯୁକ୍ତ ତାଲିମ ଦେଇ ପ୍ରକୃତ କାର୍ଯ୍ୟରେ ବିନିଯୋଗ କରି ସ୍ବାବଲମ୍ବୀ ହେବାକୁ ପବତାଇ ଥିଲେ।

ଶେଷରେ ତାଲିମ ପ୍ରାପ୍ତ ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଆତିଥି ତାଲିମ ପ୍ରମାଣ ପତ୍ର ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଶ୍ରୀ ଯୁକ୍ତ ସୁରେନ୍ଦ୍ର ନାୟକ ଆତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ସଫଳ କରାଇବା ପାଇଁ ଅନୁଷ୍ଠାନ ରେ କର୍ମକର୍ତ୍ତା ଶ୍ରୀଯୁକ୍ତ ଦୀପ୍ତି ପ୍ରସାଦ ଦାସ , ସୁରେନ୍ଦ୍ର ନାୟକ , ଜଗବନ୍ଧୁ ଦ୍ବିବେଦୀ , ଗିରିଜା ପଣ୍ଡା ସହଯୋଗ କରିଥିଲେ ।

Leave a Reply

5 × 1 =