Skip to main content

Loading

କଟକରେ ଚଳିତବର୍ଷ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ଓ ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ।

କଟକ  – କଟକରେ ରଥଯାତ୍ରା -୨୦୨୨ ପାଳନ ନିମନ୍ତେ ଏକ ପ୍ରସ୍ତୁତି ଓ ସମନ୍ଵୟ କମିଟି
ବୈଠକ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ରଥଯାତ୍ରା୨୦୨୨ କୁ ସରସ ,ସୁନ୍ଦର ଓ ଶାନ୍ତି
ଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ବୈଠକରେ ମତ ପ୍ରକାଶ ପାଇଥିଲା । ପ୍ରକାଶଥାଉକି ବିଗତ ଦୁଇବର୍ଷ ଧରି ଜଗତର
ନାଥ ଜଗନ୍ନାଥଙ୍କ ରଥଯାତ୍ରା ବିଧିରକ୍ଷା ପାଇଁ ଅନୁଷ୍ଠିତ ହେଉଥିଲା । କଟକ ସହରର ହରିପୂର-ଦୋଳମୁଣ୍ଡାଇ ସ୍ଥିତ ଜଗନ୍ନାଥ
ମନ୍ଦିର ,ଚାନ୍ଦିନୀଚୌକ ସ୍ଥିତ ଜଗନ୍ନାଥ ମନ୍ଦିର ଓ ରାଣୀହାଟ ସ୍ଥିତ ଜଗନ୍ନାଥ ମନ୍ଦିରରେ ପରମ୍ପରା ଅନୁଯାୟୀ ଶ୍ରୀଜୀଉମାନଙ୍କ
ରଥଯାତ୍ରା ଅନୁଷ୍ଠିତ ହେବ । ଚଳିତ ବର୍ଷ ରଥଯାତ୍ରାରେ ସଂଖ୍ୟାଧିକ ଜଗନ୍ନାଥ ପ୍ରେମୀଙ୍କ ଯୋଗଦାନକୁ ଦୃଷ୍ଟିରେ ରଖି ସମସ୍ତ
ଆନୁସଙ୍ଗିକ ପ୍ରସ୍ତୁତି କରିବା ସହ ଉପଯୁକ୍ତ ସମନ୍ଵୟ ରକ୍ଷାକରିବା ନିମନ୍ତେ କଟକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଭବାନୀ
ଶଙ୍କର ଚୟନୀ ଗୁରୁତ୍ଵାରୋପ କରିଛନ୍ତି । ଏଥିସହିତ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ,ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱଙ୍କ ସହ
ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବା ସହ କମିଟିରେ ଉପଜିଲ୍ଲାପାଳ କଟକ ସଦର ସଭ୍ୟଭାବେ କାର୍ଯ୍ୟ ସଂପାଦନ କରିବେ
ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ କମିଟିର ସଦସ୍ୟ ଆବାହାକ ଭାବେ କାର୍ଯ୍ୟ କରିବେ ବୋଲି ଜିଲ୍ଲାପାଳ ଶ୍ରୀ
ଚୟନୀ ନିର୍ଦ୍ଦେଶ ଦେଇଥିଲେ ।
ରଥ ନିର୍ମାଣ,ନୀତି ନିର୍ଘଣ୍ଟ,ପ୍ରସ୍ତୁତି, ରାସ୍ତାଘାଟର ମରାମତି,ପର୍ଯ୍ୟାପ୍ତ ପାନୀୟଜଳ ଯୋଗାଣ,ନୀରବଚ୍ଛିନ୍ନ
ବିଦ୍ୟୁତସେବା,ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କୁ ପ୍ରଚଣ୍ଡ ତାତିରୁ ରକ୍ଷାକରିବା ନିମନ୍ତେ ଅଗ୍ନିଶମ ବିଭାଗ ଦ୍ଵାରା ଜଳସିଞ୍ଚନ, ଆଶୁ ଚିକିତ୍ସା
ସେବା ଓ ରଥ ନିକଟରେ ଆମ୍ବୁଲାନ୍ସ ମୁତୟନ,ରଥଯାତ୍ରା ସମୟରେ ସହରରେ ଦିବାରାତ୍ର ପରିମଳ ବ୍ୟବସ୍ଥା,ନାଳନର୍ଦମା
ଗୁଡିକର ସଫେଇ ଓ ଜଳନିଷ୍କାସନ , ଟ୍ରାଫିକ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ରକ୍ଷା ଇତ୍ୟାଦି ବ୍ୟବସ୍ଥା ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ
ଆଲୋଚନା କରାଯାଇଥିଲା ।
ବୈଠକରେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ବିଜୟ କୁମାର ଖଣ୍ଡାୟତରାୟ କହିଲେ ଯେ, ରଥଯାତ୍ରା
ସମ୍ବନ୍ଧିତ ସମସ୍ତ କାର୍ଯ୍ୟକ୍ରମକୁ ସଂପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ନିଷ୍ଠାର ସହିତ ସମନ୍ଵୟ ରକ୍ଷାପୂର୍ବକ ଅନୁପାଳନ
କରିବାର ଆବଶ୍ୟକତା ରହିଛି । ନିର୍ଦ୍ଧାରିତ ସମୟ ଅବଧି ପୂର୍ବରୁ ସମସ୍ତ ପକ୍ଷ କାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ ଦୃଷ୍ଟି ଦେବାକୁ
ସେ ଅନୁରୋଧ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମିଶ୍ର ବୈଠକରେ ଯୋଗଦେଇ ରଥଯାତ୍ରା ଅନୁଷ୍ଠିତ
ହେଉଥିବା ସମସ୍ତ ତିନୋଟି ଅଞ୍ଚଳରେ ସଂପୃକ୍ତ ପ୍ରତ୍ୟେକ ବିଭାଗ ପକ୍ଷରୁ ତିନିଜଣ ଅଧିକାରୀଙ୍କୁ ଯୋଗସୂତ୍ର ଅଧିକାରୀ ଭାବରେ
ଦାୟିତ୍ଵ ଦେବା ସହ ଉକ୍ତ ଅଧିକାରୀ ସମସ୍ତ ପକ୍ଷମାନଙ୍କ ସହିତ ଯୋଗାଯୋଗ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ
କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ ।


ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ଲଲାଟେନ୍ଦୁ ମହାପାତ୍ର ଚଳିତ ବର୍ଷ ରଥଯାତ୍ରା
ସହରରେ ଅନୁଷ୍ଠିତ ହେଉଥିବାରୁ ସମସ୍ତ ପ୍ରାକ ପ୍ରସ୍ତୁତି କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋକପାତ କରିବା ସହ ସଭାକାର୍ଯ୍ୟ
ସଂଯୋଜନା କରିଥିଲେ । ବୈଠକରେ ଚାନ୍ଦିନୀଚୌକ ଶ୍ରୀ ଶ୍ରୀ ଜାଗନ୍ନାଥ ମନ୍ଦିର ପରିଚାଳନା ସମିତି, କାର୍ଯ୍ୟକାରୀ ସଭାପତି
ଶ୍ରୀ ଭିକାରି ଦାସ, କଟକ ମହାନଗର ଶାନ୍ତିକମିଟିର ସଭାପତି ଶ୍ରୀ ଦେବେନ୍ଦ୍ର କୁମାର ସାହୁ, ହରିପୂର-ଦୋଳମୁଣ୍ଡାଇ ପୂଜାକମିଟିର
ସମ୍ପାଦକ ଶ୍ରୀ ଲିଙ୍ଗରାଜ ହାତୀ,ରାଣୀହାଟ ପୂଜା କମିଟିର ସଭାପତି ଶ୍ରୀ ବିଜୟ କୁମାର ସାହୁ ପ୍ରମୁଖ ଆଲୋଚନାରେ
ଅଂଶଗ୍ରହଣ କରି ଉପଯୁକ୍ତ ସମନ୍ଵୟ ରକ୍ଷା ଦିଗରେ ପ୍ରସ୍ତାବମାନ ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା
ମୁଖ୍ୟଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ସତ୍ୟବ୍ରତ ଛୋଟରାୟ ,ଉପଜିଲ୍ଲାପାଳ କଟକ ସଦର ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ,
ଅତିରିକ୍ତ ଆରକ୍ଷୀ ଉପ-ଆୟୁକ୍ତ ଶ୍ରୀ ଅନିଲ କୁମାର ମିଶ୍ର , କଟକ ମହାନଗର ନିଗମର ଉପ-ଆୟୁକ୍ତ ଶ୍ରୀ ଅଜୟ କୁମାର
ମହାନ୍ତି, ନିର୍ବାହୀ ଯନ୍ତ୍ରୀ ରାସ୍ତା ଓ କୋଠାବାଡି ଶ୍ରୀ ସନ୍ତୋଷ କୁମାର ରଥ , କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ଅଧିକାରୀ
ଡକ୍ଟର ସତ୍ୟବ୍ରତ ମହାପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ନଲିନୀକାନ୍ତ ସାହୁଙ୍କ ସମେତ ଦୁରାସଞ୍ଚାର ଯନ୍ତ୍ରୀ,ଅଗ୍ନିଶମ ବିଭାଗର
ପ୍ରତିନିଧି, ଜନସ୍ୱାସ୍ଥ୍ୟ ଅଧିକ୍ଷଣ ଯନ୍ତ୍ରୀଙ୍କ ପ୍ରତିନିଧି ,ବିଭିନ୍ନ ପୂଜାକମିଟିର ସଭ୍ୟ ଓ ବିଭାଗୀୟ ଅଧିକାରୀମାନେ ବୈଠକରେ
ଉପସ୍ଥିତ ଥିଲେ।

 

Leave a Reply

12 − 2 =