Skip to main content

Loading

ଉମେଶ ଖଣ୍ଡେଲୱାଲ ଫାଉଣ୍ଡେସନ ଟ୍ରଷ୍ଟ ଏବଂ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ ଭୁବନେଶ୍ୱର ଶାଖା ର ମିଳିତ ସହଯୋଗ ରେ କରୋନା ରୋଗୀ ମାନଙ୍କ ପାଇଁ ଚାରିଗୋଟି ନିଶୁକ୍ଲ ଅନମୋଲ ଜୀବନ ସେବାର ଲୋକାର୍ପଣ।

Bhubaneswar: ଆଜି ଦିନ ଏକ ଘଟିକା ସମୟରେ ନିୟୁ ଫରେଷ୍ଟ ପାର୍କ ଭୂବନେଶ୍ବର ଠାରେ କରୋନା ରୋଗୀ ମାନଙ୍କ ପାଇଁ ନିଶୁକ୍ଲ ଅମ୍ଳଜାନ cylenender, ଅମ୍ଳଜାନ containner, ଶୁଦ୍ଧ ସାକାହାରୀ ଭୋଜନ,ଔଷଧ,ସହିତ ଶୀତତାପ ନିୟନ୍ତ୍ରିତ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ।

ଭୁବନେଶ୍ୱର ଲୋକସଭାର ଲୋକପ୍ରିୟ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀମତୀ ଅପରାଜିତା ଷଢଙ୍ଗୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି, ଆଜିର ଏହି ସଭାରେ ମୁଖ୍ୟ ଅଥିତି ଭାବରେ ଯୋଗଦେଇ ସାଂସଦ ଶ୍ରୀମତୀ ଷଢଙ୍ଗୀ କହିଥିଲେ ଆଜିର କଠୋର ସମୟରେ କରୋନା ରୋଗୀ ମାନଙ୍କୁ ସାହାଯ୍ୟ ପହଞ୍ଚାଇବା ପାଇଁ ଆଗେଇ ଆସିଥିବାରୁ ଶ୍ରୀ ଉମେଶ ଖଣ୍ଡେଲୱାଲଙ୍କୁ ବହୁତ ବହୁତ ଧନ୍ୟବାଦ ଅର୍ପଣ କରିଥିଲେ ।

ଏବଂ ମୁଖ୍ୟ ବକ୍ତା ଭାବରେ ଶ୍ରୀ ଗୋପାଳ ଦାସ ଅଗ୍ରୱାଲ ଯୋଗଦେଇ ଏହିଭଳି ସେବା କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହ ଅସହାୟ ଲୋକ ମାନଙ୍କ ବିପଦର ବନ୍ଧୁ ବୋଲି ବିବେଚନା କରିଥିଲେ।

ଆଜିର ଏହି ସେବା ପାଇଁ ଅଖିଳ ଭାରତୀୟ ଖଣ୍ଡେଲୱାଲ ବୈଶ ମହା ସଭାର ସଭାପତି ତଥା ମୋର ବଡଭାଇ ଶ୍ରୀ ଦିଲ୍ଲୀପ କୁମାର ଖଣ୍ଡେଲୱାଲ ,ଏବଂ କଟକର ଜଣେ ଗୁପ୍ତ ଦାନଦାତା ଙ୍କ ସହିତ ମୁମ୍ବାଇରୁ ମିଲିୟନ ଲିଭସ ସଂସ୍ଥା ସହଯୋଗ କରିଛନ୍ତି।

ବିଗତ ବର୍ଷ ଲକ୍ ଡାଉନ ସମୟରେ ଅସହାୟ ଲୋକ ମାନଙ୍କୁ ଉମେଶ ଖଣ୍ଡେଲୱାଲ ଫାଉଣ୍ଡସନ ଟ୍ରଷ୍ଟ ତରଫରୁ ନିରନ୍ତର ଭାବରେ ସେବା କାର୍ଯ୍ୟ ଯୋଗାଇ ଦିଆଯାଇଛି ।

ସମ୍ପୂର୍ଣ ଲକ୍ ଡାଉନ ପର୍ଯ୍ୟନ୍ତ ଭୂବନେଶ୍ବର ମହାନଗରର ନିଗମ ସମେତ କଟକ ମହାନଗର ନିଗମର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଏକ ଲକ୍ଷ କୋଡିଏ ହଜାର ଆର୍ଥିକ ଅନଗ୍ରସର ଲୋକଙ୍କୁ ରନ୍ଧା ଏବଂ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି । ଆଜି ପର୍ଯ୍ୟନ୍ତ ଯେଉଁ ଭାଇମାନେ ଆମକୁ ସହଯୋଗର ହାତ ବଢାଇ ଛନ୍ତି ସେମାନଙ୍କ ସହଯୋଗ ପାଇଁ ସଂସ୍ଥାପକ ଶ୍ରୀ ଉମେଶ ଖଣ୍ଡେଲୱାଲ ଧନ୍ୟବାଦ ଅର୍ପଣ କରିଥିଲେ।

ଏବଂ ଆଜିର ଏହି ଉଡ୍ଡଘାଟନି କାର୍ଯ୍ୟକ୍ରମରେ ସାଂସଦ ଶ୍ରୀମତୀ ଷଢଙ୍ଗୀଙ୍କ ସହିତ ଉମେଶ ଖଣ୍ଡେଲୱାଲ ଫାଉଣ୍ଡସନ ଟ୍ରଷ୍ଟର ସଂସ୍ଥାପକ ତଥା ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନ ଭୂବନେଶ୍ବର ଶାଖାର ସଭାପତି ଯୁବ ସମାଜସେବୀ ଶ୍ରୀ ଉମେଶ ଖଣ୍ଡେଲୱାଲ , ବରିଷ୍ଠ ସମାଜସେବୀ ଶ୍ରୀ ଗୋପାଳ ଦାସ ଅଗ୍ରୱାଲ ,ଶ୍ରୀ ବିଜୟ ଖଣ୍ଡେଲୱାଲ , ଶ୍ରୀ ଦିଲ୍ଲୀପ ଖଣ୍ଡେଲୱାଲ , ଶ୍ରୀ ହରିଓମ ଗୋୟଲ , ଶ୍ରୀ ଲକ୍ଷ୍ମୀନାରାୟଣ ଅଗ୍ରୱାଲ , ଶ୍ରୀ ପଙ୍କଜ ଭୁତ, ୟୁଥ ଫୋର ଆକ୍ସନର ସଭାପତି ଶ୍ରୀ ଦେବାଶିଷ ନାୟକ, ଅଜିତାର ସଭାପତି ଶ୍ରୀମତୀ ମୌସୁମୀ ମହାପାତ୍ର, ସମର୍ଥ ସଂସ୍ଥା ର ଶ୍ରୀ ଜୀବନ ସାହୁ, ଶ୍ରୀ ମମ୍ମଥ ମଲ୍ଲିକ, ଶ୍ରୀ ରୋହିତ ଖେମକା, ଶ୍ରୀ ପ୍ରକାଶ ପୃଷ୍ଟି, ବିଜେପି ନେତା ଶ୍ରୀ ତାପସ ଦଳାଇ ଙ୍କ ସହିତ କିଛି ମିଡିଆର ବଂଧୁ ମାନେ ଉପସ୍ଥିତ ଥିଲେ ।

ଉମେଶ ଖଣ୍ଡେଲୱାଲ ଫାଉଣ୍ଡସନ ଟ୍ରଷ୍ଟ ଏବଂ ଉତ୍କଳ ପ୍ରାଦେଶୀକ ମାରୱାଡି ସମ୍ମିଳନୀ ଭୁବନେଶ୍ୱର ଶାଖା ତରଫରୁ ଯୋଗାଇ ଦିଆଯାଉଥିବା ସେବା କାର୍ଯ୍ୟକୁ ବିଭିନ୍ନ ରାଜନୈତିକ ଏବଂ ସାମାଜିକ ସଂଗଠନ ତରଫରୁ ପ୍ରଶଂସା କରାଯାଇଛି । କରୋନା ମହାମାରୀର ଏହି ଚରମ ପରିସ୍ଥିତି ସମୟରେ ଆମର ଏହି ନିରନ୍ତର ସେବା କାର୍ଯ୍ୟ ଜାରି ରହିବ।

Leave a Reply

15 − 6 =