Skip to main content
OdishaTrending News

ଭୁବନେଶ୍ୱରରେ ବାର୍ଡ ଫ୍ଲୁ ପାଇଁ ଆଜିଠୁ କୁକୁଡାମରା ଅଭିଯାନ ଆରମ୍ଭ : ଓୟୁଏଟିରେ ୧ କି.ମି. ପରିସରରେ ମରାଯିବ କୁକୁଡା,ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ନନ୍ଦନକାନନ ପକ୍ଷୀବିହାର

By January 28, 2020No Comments

Loading

ଭୁବନେଶ୍ୱରରେ ବାର୍ଡଫ୍ଲୁ । ଓୟୁଏଟି କୁକୁଡା ଫାର୍ମରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଛି । ଏହାପରେ ଓୟୁଏଟି କୁକୁଡା ଫାର୍ମର ଏକ କିଲୋମିଟର ବ୍ୟାସାର୍ଦ୍ଧ ଭିତରେ କୁକୁଡା ଓ ପକ୍ଷୀ ମରା ଅଭିଯାନ ଆରମ୍ଭ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏବଂ ଆଜିଠୁ ଆରମ୍ଭ ହେଉଛି କୁକୁଡାମରା ଅଭିଯାନ । ଗତ କିଛିଦିନ ଧରି ଓୟୁଏଟି କୁକୁଡା ଫାର୍ମରେ ବହୁ ସଂଖ୍ୟାରେ କୁକୁଡା ମରିବା ଆରମ୍ଭ ହୋଇଥିଲା । ଏହାପରେ କୁକୁଡାଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଭୋପାଳ ପଠାଯାଇଥିଲା । ଏହାପରେ ଆସିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ ଓୟୁଏଟିରେ କୁକୁଡା ବାର୍ଡ ଫ୍ଲୁ ବା ଏଚ୍ଫାଇଭ ଏନୱାନ ଭୂତାଣୁ ଦ୍ୱାରା ଆକ୍ରାନ୍ତ । ଓୟୁଏଟି କତ୍ତୃପକ୍ଷ ସ୍ପଷ୍ଟ କରିବା ପରେ ବର୍ତ୍ତମାନ ଆଖପାଖ ଅଂଚଳରେ ବାର୍ଡ ଫ୍ଲୁ ବ୍ୟାପିଥିବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ବାର୍ଡ ଫ୍ଲୁ କୁକୁଡା ସମେତ ଅନ୍ୟ ପକ୍ଷୀ ମାନଙ୍କୁ ମଧ୍ୟ ସଂକ୍ରମିତ ହୋଇଥାଏ । ପକ୍ଷୀରୁ ମଣିଷ ଶରୀରକୁ ସଂକ୍ରମିତ ହେବାର ଆଶଙ୍କା ବି ଅଧିକ ଥାଏ । ଏଭଳି ସ୍ଥିତିରେ ଆଜି ସକାଳୁ ଓୟୁଏଟି କୁକୁଡା ଫାର୍ମର ଏକ କିଲୋମିଟର ବ୍ୟାସାର୍ଦ୍ଧ ଭିତରେ କୁକୁଡା ମରା ଅଭିଯାନ ଆରମ୍ଭ କରାଯିବ । ୧୦ କିଲୋମିଟର ଯାଏଁ ନୀରିକ୍ଷଣ ଅଂଚଳ ଭାବେ ଘୋଷଣା କରାଯାଇଛି ।

ସଂକ୍ରମିତ ଅଂଚଳରେ ଥିବା କୁକୁଡ଼ାକୁ ମାରି ଗଭୀର ଗାତରେ ପୋତି ଦେଇ ଚୁନ କିମ୍ବା ବ୍ଲିଚିଂ ପାଉଡର ଦେବାକୁ କୁହାଯାଇଛି । ବାର୍ଡ ଫ୍ଲୁ ନିୟନ୍ତ୍ରଣ ପାଇଁ ମୋଟ୍ ୧୨ଟି ଟିମ୍ ଗଠନ କରାଯାଇଛି । କୁକୁଡ଼ାଙ୍କୁ ମାରିବା ପାଇଁ ୭ଟି ଟିମ୍ ଏବଂ ନୀରିକ୍ଷଣ ପାଇଁ ୫ଟି ଟିମ୍ ନିୟୋଜିତ ହୋଇଛନ୍ତି । ଏବଂ ବାର୍ଡ ଫ୍ଲୁ ସଂପର୍କରେ ଜାଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୩ଟି ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ସେପଟେ ବାର୍ଡ ଫ୍ଲୁ ଦେଖାଯିବା ପରେ ନନ୍ଦନକାନନ କତ୍ତୃପକ୍ଷ ବି ପ୍ରତିଶେଧକ ମୂଳକ ପଦକ୍ଷେପ ନେଇଛନ୍ତି । ଆଜି ଠାରୁ ନନ୍ଦନକାନନର ପକ୍ଷୀ ବିହାରକୁ ବନ୍ଦ କରିଦିଆଯାଇଛି । ଏହା କୁକୁଡା ସମେତ ଯେକୌଣସି ପକ୍ଷୀ ଓ ମଣିଷକୁ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି ନନ୍ଦନକାନନ କତ୍ତୃପକ୍ଷ । ଏଣୁ ବାର୍ଡ ଫ୍ଲୁର ସ୍ପଷ୍ଟ ଚିତ୍ର ସହ ସ୍ଥିତି ନିୟନ୍ତ୍ରଣକୁ ନଆସିବା ପର୍ଯ୍ୟନ୍ତ ନନ୍ଦନ କାନନ ଖୋଲା ରହିଲେ ମଧ୍ୟ ପକ୍ଷୀ ବିହାର ବୁଲିପାରିବେନି ପର୍ଯ୍ୟଟକ ।

 

Leave a Reply

nineteen − fifteen =