Skip to main content
OdishaTrending News

ବେଆଇନ ନାମ ଲେଖା ଆଦେଶ ପ୍ରତ୍ୟାହାର ଦାବୀ କଲେ ଓଡିଶା ଅଭିଭାବକ ମହାସଂଘ କଟକ।

By June 11, 2020No Comments

Loading

ବେଆଇନ ନାମ ଲେଖା ଆଦେଶ ପ୍ରତ୍ୟାହାର ଦାବୀ କଲେ ଓଡିଶା ଅଭିଭାବକ ମହାସଂଘ କଟକ।

କଟକ: ବେଆଇନ ନା ଲେଖା ଆଦେଶ ପ୍ରତ୍ୟାହାର ଦାବୀ ରେ ଓଡିଶା ଅଭିଭାବକ ମହାସଂଘ କଟକ ଶାଖା ପକ୍ଷରୁ ମୌନ ପ୍ରତିବାଦ/ବେଆଇନ ନାମଲେଖ ଜରିଆରେ ଅଭିଭାବକ ମାନଙ୍କୁ ଶୋଷଣକୁ ବିରୋଧ କରି କଟକ, ଜିଲ୍ଲା ଶୀକ୍ଷଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡିଶା ଅଭିଭାବକ ମହାସଂଘ କଟକ ଶାଖା ତରଫରୁ ମୌନ ପ୍ରତିବାଦ ସହ ଓଡିଶା ଅଭିଭାବକ ମହାସଂଘ, କଟକ ଜିଲ୍ଲାଙ୍କ ତରଫରୁ ରାଜ୍ୟପାଳଙ୍କ ଉଦ୍ୟେଶ ରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା .


କରୋନା ମହାମାରୀ ସମୟରେ ଦଶ ବର୍ଷରୁ କମ ପିଲା ଓ ପଞ୍ଚସଠି ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ବାହାରକୁ ନ ବାହାରିବା ପାଇଁ ଏବଂ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଜୁଲାଇ ଏକତିରିଶ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ସ୍ପଷ୍ଟ ନିର୍ଦେଶ ଥିବା ସ୍ଥଳେ କାହିଁକି ଓ କାହା ସ୍ୱାର୍ଥରେ ଗଣଶିକ୍ଷା ବିଭାଗ ସରକାରଙ୍କ COVID-19 ନିୟମକୁ ଉଲଂଘନ ପୂର୍ବକ ଜୁଲାଇ 15 ପୂର୍ବରୁ ପ୍ରାଥମିକ ଓ ମଧ୍ୟମିକ ସ୍ତରରେ ସମସ୍ତ ସରକାରୀ ଓ ଘରୋଇ ସ୍କୁଲରେ ନାଁ ଲେଖା ପ୍ରକ୍ରିୟା ସାରିବାକୁ ନିର୍ଦେଶ ଦେଇଛି ବୋଲି ପ୍ରଶ୍ନ କରିଛି କଟକ ଜିଲ୍ଲା ଓଡିଶା ଅଭିଭାବକ ମହାସଂଘ ! ଏହି ନିର୍ଦେଶ ବଳରେ କିଛି ବେସରକାରୀ ସ୍କୁଲ ଅଭିଭାବକ ମାନଙ୍କୁ ରିଆଡ଼ମିଶନ କରିବା, ଫୀ ଆଦାୟ କରିବା, ଅନଲାଇନ କ୍ଲାସ ପାଇଁ ପଇସା ମାଗିବା, ବହି କିଣିବା ପାଇଁ ଫୋନ, ମେସେଜ, ୱାଟ୍ସଅପ କରିବା ସହିତ ଫି ନ ଦେଲେ ପିଲା ଙ୍କୁ ପଠାପଢା ରେ ବ୍ୟାଘାତ ପାଇଁ ଧମକ ଦେଉଛନ୍ତି l ପୂର୍ବବର୍ଷ ମାନଙ୍କରେ ଏପରି ନିର୍ଦେଶ ଦେଇ ନ ଥିବା ବେଳେ ଏଇ ବର୍ଷ ବେସରକାରୀ ସ୍କୁଲ ମାନଙ୍କୁ ବେଆଇନ ନା ଲେଖା ଓ ଫୀ ଆଦାୟ ପାଇଁ ସୁହାଇଲା ଭଳି ଏ ଆଦେଶ ଗଣଶିକ୍ଷା ବିଭାଗ ଦେଇଛି ବୋଲି କଟକ ଓଏମର ଆବାହକ ମନୀଷା ମିଶ୍ର ଅଭିଯୋଗ କରିବା ସହିତ ଆଦେଶ କୁ ପ୍ରତ୍ୟାହାର କରି ନେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମହୋଦୟଙ୍କୁ ନିବେଦନ କରିଛନ୍ତି l

ନଚେତ ମହାସଂଘ ଅଭିଭାବକ ମାନଙ୍କୁ ନେଇ ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ଘୋଷଣା କରିଛନ୍ତି l ରାଜ୍ୟରେ କରୋନା ଯେଉଁ ପରିମାଣରେ ହୁ ହୁ ହୋଇ ବଢ଼ି ଚାଲିଛି, ଯଦି ନା ଲେଖା ସମୟରେ ପିଲା ଓ ଅଭିଭାବକ ମାନଙ୍କ ସମାଗମ ରେ କରୋନା ବ୍ୟାପି ବାର ଆଶଙ୍କା ଥିବାରୁ ଏଥିପାଇଁ କିଏ ଦାୟୀ ରହିବ ବୋଲି ସଙ୍ଘ ପ୍ରଶ୍ନ କରିବା ସହିତ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଅଗଷ୍ଟ15 ପରେ ଯାଇ ସ୍କୁଲ ଖୋଲିବା ସମ୍ଭାବନା ଥିବା କହିଥିବାରୁ ତାଙ୍କୁ ଖାତିର ନ କରି ଆଦେଶ ଜରିଆରେ ଏପରି ନା ଲେଖା ପ୍ରହସନ ସରକାର ଓ ବେସରକାରୀ ସ୍କୁଲ ମାନଙ୍କ ମଧୁ ଚନ୍ଦ୍ରିକା କୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ମହାସଂଘ କହିଛି l ଅଭିଭାବକ ଓ ଛାତ୍ର ଛାତ୍ରୀ ମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ଆଦେଶ ବିରୁଦ୍ଧରେ ଆଜି ମହାସଙ୍ଘର କଟକ ଜିଲ୍ଲା କର୍ମକର୍ତା ମାନଙ୍କୁ ନେଇ ଓଡିଶା ଅଭିଭାବକ ମହାସଂଘ ଅଧକ୍ଷ୍ୟ ବାସୁଦେବ ଭଟ୍ଟ ଓ ସହ ଅଧକ୍ଷ୍ୟ ପ୍ରସନ୍ନ ବିଷୋୟୀ ଅତିଥି ଭାବେ ଏହି ମୌନ ପ୍ରତିବାଦରେ ଯୋଗଦେଇଥିଲେ l ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଜନବିରୋଧୀ l ଅଭିଭାବକ ମାନଙ୍କ ପାକେଟ ମାରଣ କରି ଏହି ବିପତି ସମୟରେ ବେସରକାରୀ ସ୍କୁଲମାନଙ୍କୁ ପୋଷିବାର ବାଟ କରୁଛନ୍ତି l ପ୍ରଥମତ ସ୍କୁଲ କେବେ ଖୋଲିବ ଜଣା ନାହିଁ କାରଣ ଲକ ଦଉନ ବଢ଼ି ବଢ଼ି ଚାଲିଛି l ତେଣୁ ଆଜିର ଅନଲାଇନ ଯୁଗ ରେ ଯେବେ ସ୍କୁଲ ଖୋଲିବ ଆଡ୍ମିଶନ ହେବ, ଅନଲାଇନ ଯୁଗରେ କଣ ଅସମ୍ଭବ. ଯଦି ସରକାର ନ ମାନନ୍ତି ତେବେ ରାଜ୍ୟସାରା ଆନ୍ଦୋଳନ ସ୍ୱତଃ ବଢ଼ି ଚଳିବ l ଏହା ଜନ ବିରୋଧୀ କହିବା ସହ ଏହାକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରିଥିଲେ l ଆଜିର ଏହି ମୌନ ପ୍ରତିବାଦରେ ଓଏମ ସଂଗଠନ ସମ୍ପାଦକ ରଞ୍ଜନ ରାଉତ, ଆନ୍ତଣି ସ୍କୁଲ ଅଭିଭାବକ ସଂଘ ସଭାପତି ରତିକାନ୍ତ ଜେନା, ନାରାୟଣl ସଭାପତି ବିଶ୍ୱଜିତ ପଟନାୟକ ପଟନାୟକ, ଗୁରୁନାନକ ସ୍କୁଲ ସଭାପତି ସ୍ରଧେଣ୍ଡୁ ପଟନାୟକ,
କୃଷ୍ଣପ୍ରସାଦ ଶତପଥୀ,ଅଜୟ ପତ୍ର, ରାଜେଶ ପ୍ରଧାନ, ଅଜୟ କୁମାର ଧଳ,ଦେବବ୍ରତ ରାୟ, ସରୋଜ ଦଲାଇ, ସଞ୍ଜୟ ଦାଶ, ରାଜେନ୍ଦ୍ର ସ୍ୱାଇଁ, ଅଶୋକ ମହାରଣା, ରଜନୀକାନ୍ତ ମହାନ୍ତି, ସ୍ଥିତପ୍ରଜ୍ଞୟl ପଟନାୟକ, ପ୍ରଦୀପ ପ୍ରଧାନ, ମିହିର ମିଶ୍ର, ଦୀପକ ନାୟକ, ଯପକୃଷ୍ଣ ଦାସ ଓ ଓଏମ ଯୁଗ୍ମ ଆବାହକ, ଭୁବନେଶ୍ୱର ପ୍ରଦୀପ ମିଶ୍ରଙ୍କ ସମେତ 40 ରୁ ଉର୍ଦ୍ଧ ଅଭିଭାବକ ଯୋଗଦେଇ ଥିଲେ l

Leave a Reply

four × 4 =