Skip to main content

Loading

ଶିକ୍ଷା କ୍ଷେତ୍ରରେ ଟି.ଏନ୍.ଟି ସ୍କିଲ ସେଣ୍ଟରର ୧୦ଜଣ ଛାତ୍ରଛାତ୍ରୀଙ୍କ ସଫଳତା

ବ୍ରହ୍ମପୁର ସ୍ଥିତ ଟି. ଏନ.ଟି ସ୍କିଲ ସେଣ୍ଟରର ଛାତ୍ରଛାତ୍ରୀମାନେ ବ୍ରହ୍ମପୁର ମୁନସିପାଲଟି କର୍ପୋରେସନ, ଚିନ୍ମୟୀ ମିଶନ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ ମେଡିକାଲ କ୍ୟାମ୍ପସ୍ ଏହିପରି ବିଭିନ୍ନ ଅନୁଷ୍ଠାନରେ ହେଉଥିବା ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ଟି.ଏନ.ଟି ଶିକ୍ଷାନୁଷ୍ଠାନର ୧୦ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି।


ବ୍ରହ୍ମପୁରର ସରକାରୀ ଉଚ୍ଚ ବିଦ୍ୟାଳୟ ମେଡିକାଲ କ୍ୟାମ୍ପସରେ ଅଧ୍ୟୟନ କରୁଥିବା ଟି.ଏନ.ଟି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ରଚନା ଲେଖା ଏବଂ ବକୃତା ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତାପେନ୍ଦ୍ର ଡାକୁଆ ରଚନା ଲିଖନରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସୁଭମ୍ ଆର୍ଶୀବାଦ ପୃଷ୍ଟି ଦ୍ବିତୀୟ ସ୍ଥାନ ହାସଲ କରି କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ବକୃତା ପ୍ରତିଯୋଗୀତାରେ ମଧ୍ୟ ତାପେନ୍ଦ୍ର ଡାକୁଆ ପ୍ରଥମ ସ୍ଥାନ , ସ୍ପନ୍ଦନ ତ୍ରିପାଠୀ ଦ୍ବିତୀୟ ସ୍ଥାନ ଏବଂ ସୁଭମ୍ ଆର୍ଶୀବାଦ ପୃଷ୍ଟି ଓ ଆୟୁଷ ମହାରଣା ତୃତୀୟ ସ୍ଥାନ ଅଧିକାର କରି ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି।ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ ସେମାନେ ଏବଂ ତାଙ୍କ ପରିବାରର ଅନ୍ୟାନ୍ୟ ସଦସ୍ୟଗଣ ଟି.ଏନ.ଟି ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ଅଜୟ କୁମାର ଦ୍ବିବେଦୀ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଏତଦ୍ ବ୍ୟତୀତ ବ୍ରହ୍ମପୁର ମୁନିସପାଲଟି କର୍ପୋରେସନ ପକ୍ଷରୁ ବକୃତା ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ୭୫ତମ ସ୍ବାଧୀନତା ଦିବସ ଉତ୍ସବରେ ପୁରସ୍କୃତ କରାଯାଇଛି। ଏହି ବକୃତା ପ୍ରତିଯୋଗୀତାରେ ଟି.ଏନ.ଟି ଶିକ୍ଷାନୁଷ୍ଠାନର ଛାତ୍ର ତାପେନ୍ଦ୍ର ଡାକୁଆ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଅନୁଷ୍ଠାନର ଛାତ୍ରୀ ଶ୍ରୀୟାଞ୍ଜଳି ତୃତୀୟ ସ୍ଥାନ ଅଧିକାର କରି ବହୁ ପ୍ରଶଂସା ସାଉଁଟିଛନ୍ତି ।
ସେହିପରି ଟି . ଏନ. ଟି ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଚିନ୍ମୟୀ ମିଶନ ରେ ବକୃତା ପ୍ରତିପାଦନ କରି ଏହି ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇଛନ୍ତି। ବ୍ରହ୍ମପୁର ଷ୍ଟାଡିୟମ ଠାରେ ମଞ୍ଚାସୀନ ଅତିଥି S.D.I ଏବଂ P.R.O (Berhampur), SUB- COLLECTOR (Berhampur), ଏବଂ ମୁଖ୍ୟ ଅତିଥି R.D.C(S.D) (Berhampur) ଦ୍ଵାରା ପୁରସ୍କୃତ କରାଯାଇଛି।ଏହି ପ୍ରତିଯୋଗୀତାରେ ସୂର୍ଯ୍ୟ ନାରାୟଣ ସୁବୁଦ୍ଧି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ତାପେନ୍ଦ୍ର ଡାକୁଆ ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତି।

Leave a Reply

20 + one =