Skip to main content

Loading

ଶିକ୍ଷାବିତ୍‌ ତ୍ରିଦିବ ବେହେରାଙ୍କ ୪୫ତମ ଜନ୍ମ ଦିବସ,୩୦୫ ୟୂନିଟ୍ ରକ୍ତ ସଂଗୃହୀତ ।

Cuttack: କୁହାଯାଏ ରକ୍ତ ଦାନ କଲେ ମହା ପୁଣ୍ୟ ମିଳେ,ଅର୍ଥାତ ଜଣଙ୍କ ରକ୍ତ ଦାନ ରୁ ସଂଗୃହିତ ରକ୍ତ ସାଜିଥାଏ ଅନ୍ୟ ଜଣଙ୍କର ଜୀବନ ସଂଜୀବନି । ସେଥିପାଇଁ ସରକାରୀ ସ୍ତରରେ ହେଉ କିମ୍ବା ବେସରକାରୀ ସ୍ତର ସବୁଠି ପ୍ରତିବର୍ଷ ଚାଲିଛି ରକ୍ତ ସଂଗ୍ରହ କାର୍ଯ୍ୟ କ୍ରମ ।ଅନ୍ୟପକ୍ଷରେ ରକ୍ତ ଦାନ କଲେ ନିଜର ଶରୀରରୁ ଦୂଷିତ ରକ୍ତ ନିଷ୍କାସିତ ହୋଇ ପୁନଶ୍ଚ ବିଶୁଦ୍ଧ ରକ୍ତ ଶରୀର ମଧ୍ୟରେ ସୃଷ୍ଟି ହୋଇ ପ୍ରବାହିତ ହୁଏ ଯାହା ଶରୀର ପାଇଁ ଆବଶ୍ୟକ ହୋଇ ଥାଏ ।

କଟକ ଜିଲ୍ଲା ଟାଙ୍ଗୀସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ଟେଟ୍ରାହେଡ୍ରନ ଗୁପ୍ ଅଫ୍ ଇନଷ୍ଟିଚ୍ଯୁସନ ଅଧ୍ୟକ୍ଷ ତଥା ଶିକ୍ଷାବିତ୍ ତ୍ରିଦିବ ବେହେରାଙ୍କ ୪୫ତମ ଜନ୍ମ ଦିବସ ଉପଲକ୍ଷେ ଆଜି ଏକ ମେଗା ରକ୍ତଦାନ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି। ପତ୍ନୀ ତଥା ଷ୍ଟିୱlଟ ବିଜ୍ଞାନ କଲେଜ ସହକାରୀ ପ୍ରଫେସର ଡଃ ସସ୍ମିତା ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଶିବିରରେ ମୋଟ ୩୦୫ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିବାବେଳେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ବେହେରା, ଉଦ୍ୟୋଗପତି ବିଚିତ୍ରାନନ୍ଦ ସ୍ଵାଇଁ ଓ ସାମାଜିକ କର୍ମୀ ରବିନ୍ଦ୍ର କୁମାର ମଲ୍ଲିକ ଅତିଥିଭାବେ ଯୋଗଦେଇ ଜନ୍ମଦିନ ଶୁଭେଚ୍ଛା ଜଣାଇବା ସହ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ବିଶେଷକରି ସର୍ବ ଭାରତୀୟ ଡାକ୍ତରୀ ପରୀକ୍ଷା ‘ନିଟ୍’ କୋଚିଂ ବିଦ୍ୟାର୍ଥୀ ଓ ଅବିଭାବକଙ୍କ ସହ କଲେଜର କର୍ମଚାରୀ ରକ୍ତଦାନରେ ସାମିଲ ହୋଇଥିଲେ। କଟକ ବଡ଼ ଡାକ୍ତରଖାନା ରକ୍ତ ଭଣ୍ଡାର ଡାକ୍ତର ଓ କର୍ମଚାରୀ ଶିବିର ପରିଚାଳନା କରିଥିବାବେଳେ ଟେଟ୍ରାହେଡ୍ରନ ଗ୍ରୁପ୍ ଅଧ୍ୟକ୍ଷ ଶ୍ରୀ ବେହେରା ପ୍ରତ୍ୟେକ୍ଷ ତତ୍ତ୍ଵାବଧାନ କରିଥିଲେ। ଟେଟ୍ରାହେଡ୍ରନ ଗୁପ୍ ନିର୍ଦ୍ଦେଶକ ତଥା ଆଇନଜୀବୀ ସୁରେନ୍ଦ୍ର କୁମାର ରାଉତଙ୍କ ସମେତ ଗ୍ରୁପର ସମସ୍ତ କର୍ମଚାରୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ପ୍ରକାଶଥାଉକି ପ୍ରତିବର୍ଷ ଅଗଷ୍ଟ ୧୧ ତାରିଖରେ ଅଧ୍ଯକ୍ଷ ଶ୍ରୀ ବେହେରାଙ୍କ ଜନ୍ମଦିନ ପାଳିତ ହୋଇଆସୁଛି।

Leave a Reply

1 × 5 =