Skip to main content

Loading

ରକ୍ଷକ ସାଜୁଛି ଭକ୍ଷକ,ନାବାଳିକା ଝିଅ ଅଭିଯୋଗ ଦାଖଲ କଲେ ଡିସିପି ନ୍କ କାର୍ଯ୍ୟଳୟ ରେ ।

କଟକ 20 Aug23: ମୋ ବାପା ମା କୁ ବେଆଇନ ଭାବେ ଗିରଫ କରିନେଲେ ,ଥାନାରେ ବହୁତ ନିର୍ଯାତନା ଦେଲେ ,ସାଧାକାଗଜ ରେ 30ଟି ଦସ୍କଟ ନେଇଗଲେ,ଘରେ ମୋ ର 95ବର୍ଷୀୟା ରୋଗିନା ବୁଢ଼ିମା ଝାଡ଼ା ପରିସ୍ରା କରି ଛଟ ପଟ ହେଉଥିଲା ,ନିର୍ଦ୍ୱୟ ପୁଲିସ ଵାଲା ମୋ ବୁଢ଼ିମା ମୁହଁକୁ ବି ଚାହିଁ ଲେ ନାହିଁ।ମୁ ସ୍କୁଲ ରୁ ଘରକୁ ଫେରି ଦେଖିଲି ମୋ ବୁଢ଼ୀ ମା ଝାଡା ପରିସ୍ରା କରି ବିଛଣାରେ ରେ ପଡିଛି ,ପଡୋଶୀ କହିଲେ ଥାନା ଵାଲା ମୋ ବାପା ମା କୁ ନେଇ ଯାଇଛନ୍ତି ।ସ୍କୁଲ ବ୍ୟାଗ ଥୋଇ ଦେଇ ମୁଁ ଦୌଡ଼ିଲି ଲାଲବଗ ଥାନାକୁ ସେଠି ଯାହା ଦେଖିଲି ମୋ ଆଖି ଖୋସି ହୋଇଗଲା ମୋ ବାପା ମାକୁ ପୁଲିସ ଶୋଦା ଗାଳି କରୁଛି ତଳେ ବସେଇ ଥାନାରେ ।ବାପା ପାଣି ମାଗୁଥିଲେ ପି ବାକୁ କିନ୍ତୁ ପାଣି ବଦଳରେ ତାଙ୍କୁ ଗାଳି ମିଳୁଥିଲା ଥାନାରୁ।ମୋତେ ପୁଲିସ ସାର କହିଲେ ତୁମ ଆଧାର କାର୍ଡ ରାସନ କାର୍ଡ ଜବ କାର୍ଡ ଆନ ତାପରେ ଆମେ ତାଙ୍କୁ ଛାଡ଼ିବୁ ।ତାପରେ ମୁ ଘରୁ ଆସି ନେଇଗଲି ସବୁ କାଗଜ ଥାନାକୁ କିନ୍ତୁ ମୁ କାଗଜ ନେଇ ଥାନାରେ ପହଞ୍ଚିଲା ବେଳକୁ ବାପା ମାକୁ ପୁଲିସ ଜେଲ କୁ ନେଇଗଲା ।ଏକଥା କାନ୍ଦି କାନ୍ଦି କହୁଥିଲେ ରମାକାନ୍ତ ଓ ରଶ୍ମିତା ନ୍କ ନାବାଳିକା ଝିଅ ।

ହମ୍ମ ଦର୍ଶକ ବନ୍ଧୁ ଏ କୌଣସି ଫିଲ୍ମ,ଯାତ୍ରା ର ସଂଳାପ ନୁହଁ କିମ୍ବା ଏ କୌଣସି ଉପାନ୍ତ ଅଞ୍ଚଳର ଚିତ୍ର ନୁହଁ ।ଏ ଚିତ୍ର ହେଉଛି ଓଡିଶା ର ପୁରୁଣା ରାଜଧାନୀ କଟକ ସହର ର ଉଚ୍ଚ ନ୍ୟାୟାଳୟ ପାଖ ଲାଲବଗ ଥାନା ଅଞ୍ଚଳର ଜ୍ୟୋତିସ ନଗର ଗଳିର ଚିତ୍ର ।ଯେଉଁଠି ଆଇନ ର ରକ୍ଷକ ଖୁଦ ଆଇନ କୁ ଦଳି ମକଚି ଦେବାର ଅଭିଯୋଗ ଉଠିଛି ।ଅଭିଯୋଗ ଉଠିଛି ଲାଲବଗ ଥାନା ଉପରେ ।ଅଭିଯୁକ୍ତ ପୁଲିସ କର୍ମଚାରୀ ସୁଶାନ୍ତ କର ଙ୍କୁ ଘଣ୍ଟ ଘୋଡାଇ ଖୋଦ ଥାନା ଅଧିକାରୀ ଅଭିଯୋଗ କାରି ଙ୍କୁ କରିଛନ୍ତି ଗିରଫ .

ଘଟଣା ଟି ଲଲବଗ ଥାନା ଅଞ୍ଚଳରେ ଜ୍ୟୋତିଷ ନଗର ଗଳି ଅଞ୍ଚଳରେ ।ସୂଚନାଯୋଗ୍ୟ ରମାକାନ୍ତ ମହାନ୍ତି ଓ ରଶ୍ମିତା ମହାନ୍ତି 2014 ମସିହାରୁ ଅନ୍ତ ପ୍ରସାଦ ମହାନ୍ତି ନ୍କ ଠାରୁ ଜ୍ୟୋତିସ ନଗର ଗଲି ର ଥିବା ଜାଗା ଘର କିଣିବାକୁ ବିଭିନ୍ନ କିସ୍ତିରେ 30ଲକ୍ଷ ଟଙ୍କା ଦେଇଥିଲେ ସୁଶାନ୍ତ କର(ଲଲବଗ ଥାନା ର homeguard) ଯାହା ଚୁକ୍ତି ନୋଟରୀ ମାଧ୍ୟମରେ କରା ଯାଇଥିଲା ,କିନ୍ତୁ ଅନନ୍ତ ମହାନ୍ତି ପରବର୍ତୀ ପର୍ଯ୍ୟାୟରେ ଜମି ରେଜିଷ୍ଟ୍ରେସନ କରି ନଥିଲେ କିମ୍ବା ଟଙ୍କା ଫେରାଇ ନଥିଲେ ରମାକାନ୍ତ ଙ୍କୁ ।ବରଂ ରମାକାନ୍ତ ପରିବାର କୁ ବାରମ୍ବାର ଆକ୍ରମଣ କରିଥିଲେ ।ଏଥିପାଇଁ ରମାକାନ୍ତ ଅନେକ ବାର ଲଲବଗ ଥାନା ର ଦ୍ୱାରାସ୍ତ ହୋଇଥିଲେ କିନ୍ତୁ homeguard ସୁଶାନ୍ତ କର ଟଂକା ଦେଇ ପୁଲିସ ର ମୁହଁ ବନ୍ଦ କରି ରଖିଥିଲେ ଯାହା ଥାନାରେ ଅଭିଯୋଗ ହୋଇଛି ।କିନ୍ତୁ ଆଶ୍ଚର୍ଯ୍ୟ ର କଥା ଥାନା ବାବୁ ଏତଲା ପଂଜି କରଣ କରିନଥିଲେ ଯାହାଫଳରେ high court ନ୍କ ଦ୍ୱାରାସ୍ତ ହୋଇଥିଲେ ରମାକାନ୍ତ ।high court ନ୍କ ନିର୍ଦେଶ ପରେ କେଶ ରେଜିଷ୍ଟ୍ରେସନ ତ ହେଲା କିନ୍ତୁ କୌଣସି ପଦକ୍ଷେପ ନିଆ ଯାଇ ନଥିଲା ।
କିଛିଦିନ ତଳର ଘଟଣା ରମାକାନ୍ତ ମହାନ୍ତି କାମରୁ ଫେରୁଥିବା ବେଲେ ସୁଶାନ୍ତ କର ଓ ତା ସହଯୋଗୀ ସନ୍ଧ୍ୟାରେ ରମାକାନ୍ତ କୁ ମରଣାନ୍ତକ ଆକ୍ରମଣ କଲେ ,ରମାକାନ୍ତ ନ୍କ ସ୍ତ୍ରୀ କୁ ବି ବଳତକାର କରିବାକୁ ପଛେଇଲେ ନାହିଁ ,ଏତଲା ହେଲା,ଚଞ୍ଚକତା କରି ସୁଶାନ୍ତ କର ଆଉ ଗୋଟେ counter ଏତଲା କଲେ ।କିନ୍ତୁ ପୁଲିସ କିଛି ନବୁଝି ରମାକାନ୍ତ ଓ ତାଙ୍କ ସ୍ତ୍ରୀ ରଶ୍ମିତା କୁ ଉଠାଇ ନେଇଛି ଆଜି ।ଘରେ ରମାକାନ୍ତ ର ନାବାଳିକା ଝିଅ ଓ ରୋଗିନା ମା ଛଟ ପଟ,ରମାକାନ୍ତ ର ଝିଅ ସ୍କୁଲ ରୁ ଫେରି ନଖାଇ ଉପସରେ ଛଟପଟ ହେଉଚି,ରୋଗିନା ମା ମୃତୁ ସହ ସଂଗ୍ରାମ କରୁଛି । ଅଭିଯୁକ୍ତ ଙ୍କୁ ଗିରଫ ବଦଳରେ ଅଭିଯୋଗ କାରୀଙ୍କୁ ଗିରଫ କରିଛି ପୁଲିସ ,ଏକଥା ପ୍ରକାଶ କରିଛନ୍ତି ରମାକାନ୍ତ ନ୍କ ଭାଣିଜୀ ।

ଆଜି ଏଇ ଘଟଣା କୁ ନେଇ ରମାକାନ୍ତ ନ୍କ ନାବାଳିକା ଝିଅ କଟକ ଡିସିପି ନ୍କ କାର୍ଯ୍ୟଳୟ ରେ ପହଂଚି ଅଭିଯୋଗ କରିଥିଲେ । ବିଜେପି ର ଏକ ପ୍ରତିନିଧି ଦଳ ଏ ଖବର ପାଇ ପହଁଚି ଥିଲେ ଡିସିପି ନ୍କ କାର୍ଯ୍ୟାଳୟ ରେ ।ଏବଂ ରମାକାନ୍ତ ନ୍କ ଝିଅ ନ୍କ ସହ ସାକ୍ଷାତ କରିଥିଲେ addl dcp ଅନୀଲ କୁମାର ମିଶ୍ର ଙ୍କୁ ।ସମସ୍ତ ଘଟଣା addl dcp ମଧ୍ୟ ଧର୍ଯ୍ୟ ସହକାର ଶୁଣି ଅଭିଯୋଗ ପତ୍ର ନେଇଥିଲେ ରମାକାନ୍ତ ନ୍କ ଝିଅ ନ୍କ ଠାରୁ ଆଉ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ ।ହେଲେ ଏ ଘଟଣା କୁ ନେଇ କ୍ଷୋବ ପ୍ରକାଶ କରିଛନ୍ତି କଟକ ବିଜେପି ସଭାପତି ଲଲଟେନ୍ଦୁ ବଡୁ । ଅନ୍ୟ ପକ୍ଷରେ ରମାକାନ୍ତ ନ୍କ ଦଶ କ୍ଷତ ଜବରଦସ୍ତ କରାଯାଇ ଅନ୍ୟ ଜଣେ ଅଜଣା ଓକିଲ ଙ୍କୁ ଓକିଲାତି ନମା ଦିଆଯାଇ ତାଙ୍କ ଜାମିନ ନାକଚ କରାଯାଇଛି ବୋଲି ପ୍ରକାଶ କରିଛନ୍ତି ରମାକାନ୍ତ ନ୍କ ଓକିଲ ।ଯାହା ଫଳରେ ଆଜିବି ରମାକାନ୍ତ ନ୍କ ଜାମିନ ମିଳିବା ଅସ୍ପଷ୍ଟ ରହିଛି ।

ଆଜି ଏପଟେ sdjmଅଭିଯୋଗ ହେଲା ପରେ ରମାକାନ୍ତ ନ୍କ ପରିବାର କୁ ନ୍ୟାୟ ମିଳୁଛି କିମ୍ବା ଘଟଣା ଟି ପୁଣି ପୁଲିସ ର ନାଲିଫିଟା ତଳେ ଚାପି ହୋଇ ରହୁଛି କିମ୍ବା forge ଅଧିକାରୀ ନ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉଛି କି ନା ତାହା ଦେଖିବାକୁ ବାକି ରହିଲା ।

Leave a Reply

four × five =