Skip to main content
Trending NewsOdisha

କୋଭିଡ-୧୯ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା ନିମନ୍ତେ ପ୍ରଶାସନ ଦ୍ୱାରା ନିଆଯାଉଥିବା ପଦକ୍ଷେପର ଜିଲ୍ଲା ପର୍ଜ୍ୟବେକ୍ଷକଙ୍କ ସମୀକ୍ଷା ।

By July 19, 2020No Comments

Loading

କୋଭିଡ-୧୯ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା ନିମନ୍ତେ ପ୍ରଶାସନ ଦ୍ୱାରା ନିଆଯାଉଥିବା ପଦକ୍ଷେପର ଜିଲ୍ଲା ପର୍ଜ୍ୟବେକ୍ଷକଙ୍କ ସମୀକ୍ଷା ।

Sudhakar Kumar Shahi (SPL.correspondent)

କଟକ ତା: ୧୭-୦୭-୨୦୨୦
ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀ ଙ୍କ ଅଧକ୍ଷତା ରେ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ କୋଭିଡ-୧୯ ମୁକାବିଲା ସ୍ୱାସ୍ଥ୍ୟସେବା ଜନିତ ଚିକିତ୍ସା ନିମନ୍ତେ ନିଆଯାଉଥିବା ପଦକ୍ଷେପପ ଏବଂ କଟକ ଜିଲ୍ଲାରେ ସରକାରଙ୍କଦ୍ଵାରା ଲାଗୁ କରାଯାଇଥିବା ୧୪ ଦିନିଆ ଲକ ଡାଉନ କଟକଣ।ଙ୍କୁ ବ୍ୟାପକ କରାଯିବା ଏବଂ ଏହି ସମ୍ପର୍କିତ ନିଯମାବଳୀ ଏବଂ ସଚେତନତ କୁ ଅଗ୍ରାଧିକାର ଭିତରେ କାର୍ଯ୍ୟକାରୀ କରାଯିବା ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଦାୟୀତ୍ଵରେ ଥିବା ଉଭୟ କୋଭିଡ ପର୍ଜ୍ୟବେକ୍ଷକ ଶ୍ରୀ ସୌରଭ ଗର୍ଗ, ପ୍ରମୁଖ ଶାସନ ସଚିବ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଶ୍ରୀ ସୁଶାନ୍ତ ମହାପାତ୍ର,ନିର୍ଦ୍ଧେଶକ,ଏସ୍ଟେଟ ତଥା ଅତିରିକ୍ତ ସଚିବ, ସାଧାରଣ ପ୍ରଶାସନ ବିଭାଗ ପର୍ଜ୍ୟବେକ୍ଷକମାନେ ଉପସ୍ଥିତ ରହି ଜିଲ୍ଲାରେ କୋଭିଡ-୧୯ ମୁକାବିଲା ପାଇଁ ଚିକିତ୍ସା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଶେଷ କରି ଟେଷ୍ଟିଙ୍ଗ, ଟ୍ରେସିଙ୍ଗ ନିମନ୍ତେ ପ୍ରଶାସନ ତରଫରୁ ନିଆଯାଉଥିବା ପଦକ୍ଷେପର ଅଗ୍ରଗତି ଓ କାର୍ଯ୍ୟନୟନ ସମ୍ପର୍କରେ ଜିଲ୍ଲାପାଳଙ୍କ ଠୁ ଅବଗତ ହୋଇଥିଲେ। ଏହାର ମୁକାବିଲା ପାଇଁ ଚିକିତ୍ସା ଓ ସ୍ୱାସ୍ଥ୍ୟସେବାକୁ ଗୁରୁତ ଦେଇ ଗ୍ରାମାଞ୍ଚଳରେ ବି.ଡି.ଓ ମାନେ କୋଭିଡ ମ୍ୟାନେଜମେଣ୍ଟ କମିଟି ଗଠନ କରି ସେସବୁର ତଦାରଖ କରିବେ ବୋଲି ମଧ୍ୟ ଜିଲ୍ଲାପାଳ ବୈଠକରେ ସୂଚନା ଦେଇଥିଲେ । ଏହି ପରିପ୍ରେଖିରେ ବିଶେଷ କରି ଏସ.ସି.ବି ମେଡିକାଲ ଓ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ମାନଙ୍କରେ କରୋନା ମୁକାବିଲା ସ୍ୱାସ୍ଥ୍ୟ ଜନିତ ଚିକିତ୍ସା, ଟେଷ୍ଟିଙ୍ଗ, ଟ୍ରେସିଙ୍ଗ ନିମନ୍ତେ ନିଆଯାଉଥିବା ପଦକ୍ଷେପ ଏବଂ ସେଠାକାର ସମସ୍ତ ବ୍ୟବସ୍ଥା, କାର୍ଯ୍ୟପନ୍ଥା ଓ ଆବଶ୍ୟକତା ସମ୍ବନ୍ଧରେ ଏସ ସି ବି ମେଡିକାଲ ଅଧିକ୍ଷକ ଡା ଶ୍ରୀ ଅନ୍ନଦା ପ୍ରସାଦ ପଟ୍ଟନାୟକ,ଅଧକ୍ଷ୍ୟ ପ୍ରୋଫେସର ଡା ଦତ୍ତେଶ୍ଵର ହୋତା ଏବଂ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ନିର୍ଦ୍ଦେଶକ ଶ୍ରୀ ଲଲାଟେନ୍ଦୁ ଷଢଙ୍ଗୀଙ୍କ ସହ ଆଲୋଚନା କରିଥିଲେ । ମେଡିକାଲ ଓ କର୍କଟ କେନ୍ଦ୍ର ମାନଙ୍କୁ ଆସୁଥିବା ରୋଗୀ ଓ ସେମାନଙ୍କ ସହଯୋଗୀମାନଙ୍କର ଅନୁପ୍ରବେଶ ଉପରେ କଟକଣା, ଓ ପି ଡି, କାଶୁଆଲ୍ଟୀ,ଜରୁରୀ ସ୍ୱାସ୍ଥ୍ୟ ସେବା ଆଦି ସ୍ଥାନମାନଙ୍କରେ ରୋଗୀଙ୍କୁ ଭିନ୍ନ କରାଯାଇ ଚିକିତ୍ସା ସେବା ଆଦି ସମ୍ପର୍କରେ ମଧ୍ୟ ଅବଗତ ହୋଇଥିଲେ । କରୋନା ସଂକ୍ରମଣକୁ ଭୟ ନ କରି ସଚେତନ ରହି ,ଡାକ୍ତର,ନର୍ସ, ମେଡିକାଲ ଷ୍ଟାଫ ଓ ସିକୁରିଟୀ ବ୍ୟକ୍ତିମାନେ ବର୍ତମାନ ପରିସ୍ଥିତିରେ କରୋନା ମୁକାବିଲା ପାଇଁ ଚିକିତ୍ସା ସେବା ଯୋଗାଇ ଦେବା ସହିତ ଲକ୍ଷଣ ଥିବା ଲୋକ ମାନଙ୍କ ପ୍ରତି ଘୃଣା ମନଭାବ ନ ରଖି ସେମାନଙ୍କ ପ୍ରତି ସମବେଦନା ରକ୍ଷାକରି ସୁରକ୍ଷା ଦିଗରେ କିପରି ସମସ୍ତେ ମିଳିମିଶି କାମ କରିବା ବୈଠକରେ ଶ୍ରୀ ଗର୍ଗ ସୂଚନା ଦେଇଛନ୍ତି । ଏତଦବ୍ୟତୀତ ସମସ୍ତ ସରକାରୀ ଓ ବେସରକାରୀ ମେଡିକାଲ ଓ ହସ୍ପିଟାଲ ମାନଙ୍କରେ ସରକାରଙ୍କ କରୋନା ସମ୍ପର୍କିତ ମାନଦଣ୍ଡ କାର୍ଯ୍ୟପ୍ରଣାଳୀ ପ୍ରକ୍ରିୟାକୁ (SOP) ପାଳନ କରିବା ପାଇଁ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ଓ ସିଏମସି କମିଶନରଙ୍କୁ ସେ କହିଥିଲେ । ରୋଗୀ ସେବା ବାଧାପ୍ରାପ୍ତ ଓ ଡାକ୍ତରଖାନାମାନଙ୍କରେ ଭିଡ ଜମା ନହେବା ପାଇଁ ମେଡିକାଲ ମାନଙ୍କରେ ଟେଲି ମେଡିସିନ ସେବା ଆରମ୍ଭ କରାଯିବା ନେଇ ମଧ୍ୟ ସୂଚନା ଦେଇଥିଲେ । । ବୈଠକରେ ଯୋଗଦେଇ ପୋଲିସ କମିଶନର ଶ୍ରୀ ସୁଧାଂଶୁ ଷଡଙ୍ଗୀ ୧୪ ଦିନିଆ ଲକ ଡାଉନ କଟକଣ।ଙ୍କୁ ବ୍ୟାପକ କରାଯିବା ଉପରେ ଗୁରୁତରୋପ କରିଥିଲେ । ଗୃହ ସଙ୍ଗରୋଧ ଉପରେ ଗୁରୁତ ଦେବା ସହିତ ଭିଡ ଜମା ହେଉଥିବା ପରିବା,ମାଛ ବଜାର ମାନଙ୍କରେ ସାମାଜିକ ଦୂରତା,ଯାତାୟତ ଓ ଭିଡ ନିୟନ୍ତ୍ରଣ ପାଇଁ ସିଏମସି ଉଭୟ ସ୍ଥାନୀୟ ପୁଲିସ ଓ ସି-ଡିଏଫ (ଏନଫୋର୍ସମେଣ୍ଟ)ସହିତ ସମ୍ମନୟ ରକ୍ଷା କରି କାର୍ଯ୍ୟ କରିବାକୁ କହିଥିଲେ। ଏହି ପରିପ୍ରେକ୍ଷୀରେ ସିଏମସି କମିଶନର ଅନନ୍ୟା ଦାସ ଓ ପ୍ରକଳ୍ପ ନିର୍ଦ୍ଦେଶକ, ,ଡି.ଆର.ଡି.ଏ ଅବଦଳ ଅଖତର ଯଥାକ୍ରମେ ସି.ଏମ.ସି ଓ ଗ୍ରାମାଞ୍ଚଳ ମାନଙ୍କରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ କୋଭିଡ କେୟାର ହୋମ ମାନଙ୍କରେ ଯୋଗାଇ ଦିଆଯାଉଥିବା ଡାକ୍ତରୀ ଓ ଚିକିତ୍ସା ସେବା, ଟେଷ୍ଟିଙ୍ଗ, ଟ୍ରେସିଙ୍ଗ ଆଦି ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଏହି ବୈଠକରେ ସୂଚନା ଦେବା ସହିତ କୋରୋନା ସଂକ୍ରମଣ ମୁକାବିଲା ପାଇଁ ସେସବୁ ସ୍ଥାନରେ ଅନ୍ୟାନ୍ୟ ଆବଶ୍ୟକତା ସମ୍ପର୍କରେ ମଧ୍ୟ ଆଲୋକପାତ କରିଥିଲେ।ଏହି ଅବସରେରେ ପର୍ଜ୍ୟବେକ୍ଷକମାନେ ଜିଲ୍ଲାପାଳ, ସିଏମସି କମିଶନର ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଓଡିଶା ଏଡମିନିଷ୍ଟ୍ରେଟିଭ ଟ୍ରିବୁନାଲ ଓ ଗୋପାଳପୁର ବାଲିକୁଦା ସ୍ଥିତ ଓଡିଶା ନିର୍ମାଣ ପ୍ରଶିକ୍ଷଣ ଅନୁଷ୍ଠାନ ଏଲ ଏଣ୍ଡ ଟି (L& T) ଠାରେ ନୂତନ ଭାବେ କାର୍ଯ୍ୟକ୍ଷମ ହୋଇଥିବା କୋଭିଡ କେୟାର ହୋମ ପରିଦର୍ଶନରେ ଯାଇଥିଲେ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆରଖୀ ଅଧିକ୍ଷକ(ଗ୍ରାମାଞ୍ଚଳ) ବି. ଯୁଗଳକିଶୋର,,ଅତିରିକ୍ତ ଜିଲ୍ଲାପାଳ,ସଦର ଉପଜିଲ୍ଲାପାଳ ,ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ସମେତ ଅନ୍ୟାନ ସମ୍ପୃକ୍ତ ଅଧିକାରୀ ମାନେ ଆଲୋଚନାରେ ଅଂଶଗ୍ରହଣ କରି କରୋନା ସମ୍ପର୍କିତ ମୁକାବିଲା ସମ୍ବନ୍ଧରେ ଅବଗତ ହୋଇଥିଲେ ।

Leave a Reply

3 × 5 =