Skip to main content
IndiaOdishaTrending News

କଟକ ଜିଲ୍ଲାରେ ରବି ଋତୁରେ ଉତ୍ପାଦନ ହେଉଥିବା ଶସ୍ୟ ଦ୍ରବ୍ୟ ସଂଗ୍ରହ ଓ କ୍ରୟ ପାଇଁ ଜିଲ୍ଳାପାଳଙ୍କ ଅଧ୍ୟକ୍ଷତାରେ ବୈଠକ

By April 23, 2020No Comments

Loading

“କଟକ ଜିଲ୍ଲାରେ ରବି ଋତୁରେ ଉତ୍ପାଦନ ହେଉଥିବା ଶସ୍ୟ ଦ୍ରବ୍ୟ ସଂଗ୍ରହ ଓ କ୍ରୟ ପାଇଁ ଜିଲ୍ଳାପାଳଙ୍କ ଅଧ୍ୟକ୍ଷତାରେ ବୈଠକ”।

କଟକ:,ତା ୨୨-୦୪-୨୦୨୦ରିଖ
ଆଜି ଅପରାହ୍ନ ରେ ଜିଲ୍ଳାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀ ଙ୍କ ଅଧ୍ୟକ୍ଷତାରେ ରବିଋତୁରେ ଉତ୍ପାଦନ ଶସ୍ୟ ସଂଗ୍ରହ ଓ କ୍ରୟ ସମ୍ବନ୍ଧୀୟଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଚଳିତ ରବି ଋତୁରେ ଜିଲ୍ଳାରେ ଉତ୍ପାଦନ ହେବାକୁ ଥିବା ମୁଗ,ବିରି, ଚିନା ବାଦାମ ଆଦି ୧୨ ଟି ପ୍ରାଥମିକ କୃଷି ସେବା ସମବାୟ ସମିତି,ବଜ଼ାର ନିୟନ୍ତ୍ରଣ କମିଟି, କେନ୍ଦୁପାଟଣା ଦ୍ୱାରା ଚାଷୀ ଙ୍କଠାରୁ ସଂଗ୍ରହ କରାଯିବାକୁ ଏହି ବୈଠକରେ ସ୍ଥିର କରାଯାଇଛି ଏବଂ ଏହି ସବୁ ଶସ୍ୟ ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟ ଅନୁଯାୟୀ ଚାଷୀଙ୍କଠାରୁ କ୍ରୟ କରାଯିବ ଯଥା ମୁଗ କୁଇଣ୍ଟାଲ ପ୍ରତି ଟ୭,୦୫୦ଙ୍କା,ବିରି କୁଇଣ୍ଟାଲ ପ୍ରତି ଟ୫,୭୦୦ଙ୍କା, ଚିନା ବାଦାମ କୁଇଣ୍ଟାଲ ପ୍ରତି ଟ୫,୦୯୦ଙ୍କା।
ଜିଲ୍ଳାପାଳ ବୈଠକ ଆଲୋଚନା ମାଧ୍ୟମରେ ସୂଚନା ଦେଇ କହିଲେ ଆସନ୍ତା ମଇ ମାସ ୭ ତାରିଖ ଠାରୁ ଏହି ସବୁ ଶସ୍ୟଦ୍ରବ୍ୟ ଚାଷୀଙ୍କ ଠାରୁ ସଂଗ୍ରହ କରାଯିବ।ଏଥିପାଇଁ ଚାଷୀ ମନେ ନିକଟସ୍ଥ ପ୍ରାଥମିକ କୃଷି ସେବା ସମିତି ଏବଂ ନିୟନ୍ତ୍ରିତ ବଜ଼ାର କମିଟି ମାନଙ୍କରେ ଆବଶ୍ୟକ ଦସ୍ତାବିଜ଼ ଦେଖାଇ ପଞ୍ଜିକୃତ ହେବା ପାଇଁ ଜିଲ୍ଳାପାଳ କହିଥିଲେ। ଏହି ସମ୍ବନ୍ଧୀୟ ସୂଚନା ଜିଲ୍ଳା କୃଷି କାର୍ଯ୍ୟାଳୟ ଦ୍ୱାରା ସମବାୟ ସେବା ସମିତି ମାଧ୍ୟମରେ କରାଯାଉଛି ବୋଲି ମୁଖ୍ୟ କୃଷି ଅଧିକାରୀ ଶ୍ରୀ ମୋହନ ପ୍ରସାଦ ଶର୍ମା ବୈଠକରେ ସୂଚନା ଦେଇଥିଲେ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଖଣ୍ଡାୟତରାୟ,ଜିଲ୍ଲା କୃଷି ଅଧିକାରୀ, ଉପନିବନ୍ଧକ, ସହକାରୀ ଉପନିବନ୍ଧକ ସମବାୟ ସମିତି ଓ ମାର୍କଫେଡ ଆଞ୍ଚଳିକ ପରିଚାଳକ ମାନେ ବୈଠକରେ ଉପସ୍ଥିତ ଥିଲେ।

Leave a Reply

14 − nine =