Skip to main content
OdishaTrending News

ସେବା ତ ଦୂରର କଥା ସରକାରୀ ସୁବିଧା ସୁଯୋଗରୁ ମଧ୍ୟ ବଞ୍ଚିତ କରା ଗଲା- ଅଙ୍ଗନବାଡ଼ି ସେବାକର୍ମୀ।

By July 12, 2020No Comments

ସେବା ତ ଦୂରର କଥା ସରକାରୀ ସୁବିଧା ସୁଯୋଗରୁ ମଧ୍ୟ ବଞ୍ଚିତ କରା ଗଲା – ଅଙ୍ଗନବାଡ଼ି ସେବାକର୍ମୀ।

Ashok Kumar Jena (BNN)

ଗଞ୍ଜାମ:ସେବା କରୁଥିବା ଲୋକକୁ ସେବା ତ ଦୂରର କଥା ସରକାରୀ ସୁବିଧା ସୁଯୋଗରୁ ମଧ୍ୟ ବଞ୍ଚିତ କରଗୋଲା

କେତେ ହୃଦୟ ବିଦାରକ ଦୃଶ୍ୟ, ଯିଏ ଦିନ ରାତି ଏକ କରି ମଣିଷକୁ କରନା ବିରୋଧ ରେ ଲଢ଼େଇ କରିବା ପାଇଁ ଶିଖାଉଥିଲା, ସିଏ ଆଜି ନିଜ ଲଢ଼େଇ ନ ପାରି ଜୀବନ ଯୁଦ୍ଧରେ ହରିଗଲା ।

ଏହି ଫୋଟଟି ଦେଖିଲେ ବାରିହୋଇ ପଡୁଚି ଘଟଣା କେତେ ହୃଦୟ ବିଦାରକ ମୃତ୍ୟୁ ବରଣ କରି ଅଳିଆ ଗଦାରେ ପଡ଼ିଥିବା ମହିଳା ଜଣଙ୍କ ହେଉଚନ୍ତି ଜଣେ ଆଗ ଧାଡ଼ିର କରୋନା ଯୋଦ୍ଧା I ବିଶ୍ୱର ଏହି ସଙ୍ଗୀନ ପରିସ୍ଥିତିରେ ଏହି ମହିଳା ଜଣଙ୍କ ନିଜ ଜୀବନକୁ ବାଜି ଲଗାଇ ଅଦୃଶ୍ୟ ଶକ୍ତି ସାଙ୍ଗରେ ଲଢେଇ କରୁ କରୁ ଜୀବନ ଯୁଦ୍ଧରେ ହାରିଗଲେ ବନ୍ଧୁ ପରିଜନଙ୍କ କାନ୍ଧ ମିଳିଲାନି ମୃତ ଦେହ ପାଖରେ ଝିଅ ବସି ବାଉନି ବାଉନି କାନ୍ଦିବା ଛଡ଼ା ଆଉ କିଛି ଉପାୟ ନ ଥିଲା ରାଷ୍ଟ୍ରୀୟ ସମ୍ମାନତ ଦୂରର ଜୁଇ ପାଇଁ କାଠ କୋକେଇ ପାଇଁ କାନ୍ଦ ମଧ୍ୟ ମିଳିଲା ନାହିଁ ବାସ ଭବନକୁ ଲୋକେ ପୁରେଇ ଦେଲେନି I ଅସୁସ୍ଥକୁ ସୁସ୍ଥ କରିବାର ଦାୟିତ୍ୱ ନେଇଥିବା ମଣିଷ ନିଜେ ଅସୁସ୍ଥ ହୋଇଗଲା ଦୀର୍ଘଦିନ ହେବ ଯନ୍ତ୍ରଣାରେ ଛଟପଟ ହୋଇ ଡାକ୍ତରଖାନା ଯିବା ବାଟରେ ପ୍ରାଣବାୟୁ ଉଡ଼ିଗଲା କିପରି କାହାର ନଜର ଟିକିଏ ମଧ୍ୟ ପଡିଲାନାହିଁ ତାହା ଜନସାଧାରଣଙ୍କୁ ଏକ ବିପରୀତ ବାର୍ତ୍ତା ଦେଉଥିବାବେଳେ ଯଦି ଯୋଦ୍ଧାଙ୍କୁ ଏହି ସମ୍ମାନ ତାହାଲେ ନିରୀହ ନିଷ୍ପେସିତ ମଣିଷଙ୍କ କଥା କିଏ ପଚାରେ I ଏ ମହିଳା ଜଣଙ୍କ ହେଉଚନ୍ତି ସାନଖେମୁଣ୍ଡି କୋଙ୍କରୋଡ଼ା ପଞ୍ଚାୟତରେ କୋରନା କାର୍ଯ୍ୟରେ ନିୟୋଜିତ ଥିବା ଅଙ୍ଗନବାଡି ମହିଳା ସୁପେରଭାଇଯର ଅଶାନ୍ତ ପାତ୍ର I ଦୀର୍ଘ ସମୟ ପଡି ରହିବା ପରେ ପ୍ରଶାସନ ମୃତ ଶରୀରକୁ ଉଠେଇ ନେଇଥିଲା I

Leave a Reply

8 + four =