Skip to main content
OdishaTrending News

ଭାରତୀୟ ଜନତା ଯୁବା ମୋର୍ଚ୍ଚା ର ବିଦ୍ୟୁତ ଦର ବୃଦ୍ଧି ବିରୁଦ୍ଧରେ ବିକ୍ଷୋଭ।

By March 31, 2021No Comments

ଭାରତୀୟ ଜନତା ଯୁବା ମୋର୍ଚ୍ଚା ର ବିଦ୍ୟୁତ ଦର ବୃଦ୍ଧି ବିରୁଦ୍ଧରେ ବିକ୍ଷୋଭ।


କଟକ:ଭାଜପା କଟକନଗର ଯୁବାମୋର୍ଚ୍ଚା ତରଫରୁ ସଭାପତି ଶ୍ରୀ ସତ୍ୟବ୍ରତ ମିଶ୍ରଙ୍କ ନେତୃତ୍ୱରେ ରାଣିହାଟ ଛକସ୍ଥିତ ବିଦ୍ୟୁତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ ସରକାରଙ୍କ ବର୍ଦ୍ଧିତ ବିଦ୍ୟୁତ ଦର ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କରୋନା ମହାମାରୀ ଯୋଗୁଁ ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବା ବେଳେ ଇଉନିଟ ପିଛା ୩୦ ପଇସା ଦର ବୃଦ୍ଧି ବେଡି ଉପରେ କୋରଡା ବୋଲି ଉପସ୍ଥିତ ନେତୃବୃନ୍ଦ ଭାଷଣରେ କହିଥିଲେ।ବଡ କମ୍ପାନୀ ଉପରେ ଥିବା ବକେୟା ଆଦାୟ ନକରି ଗରିବଙ୍କ ଘରେ ଜବରଦସ୍ତି ଲାଇନ କାଟକୁ ବିରୋଧ କରି,ଏସବୁ ଚାଲିଲେ କଟକର ସମସ୍ତ ବିଦ୍ୟୁତ ଅଫିସ ଅଚଳ କରିଦିଆଯିବ ବୋଲି ରାଜ୍ୟ ସଂଖ୍ୟା ଲଘୁ ମୋର୍ଚ୍ଚା ସଭାପତି ଶ୍ରୀ ସିକନ୍ଦର ଅଲ୍ଲୀ କହିଥିଲେ।ଆଗାମୀ ଏକ ସପ୍ତାହ ମଧ୍ୟରେ ତୁରନ୍ତ ବର୍ଦ୍ଧିତ ଶୁଳ୍କ ପ୍ରତ୍ୟାହାର କରିବାକୁ ନେତାମାନେ ଦାବି କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ବିବେକାନନ୍ଦ ନାଏକ,ବିଶ୍ୱରଞ୍ଜନ ମିଶ୍ର,ରତନ ମହାନ୍ତି,ସୁଧୀର ଶତପଥୀ,ଜୟ କୃଷ୍ଣ ସ୍ବାଇଁ,ଶିବପ୍ରସାଦ ସେଠି,ପୂର୍ଣ୍ଣଚନ୍ଦ୍ର ଜେନା,ଦେବାନନ୍ଦ ସିଂ,ସୁବାଷ ମହାନ୍ତି,ଶିବେଶ ମିଶ୍ର,ସତ୍ୟ ପଟ୍ଟନାୟକ, ରଞ୍ଜନ ବେହେରା,କଲ୍ୟାଣି ମହଲା,ସୂର୍ଯ୍ୟନାରାୟଣ ବେହେରା, ମହମ୍ମଦ ସବିର,ଶ୍ରୀକାନ୍ତ ବେହେରା,ଯସ୍ମୀନ ବିବି,ଯୋଗେନ୍ଦ୍ର ବେହେରା,ପୂର୍ଣ୍ଣଚନ୍ଦ୍ର ଭଞ୍ଜ,ବଚନ ଦାସ,ନରେଶ ଭରାଲାୱାଲା,ପାର୍ବତୀ ଦାସ,ଶ୍ୟାମ ସାହୁ,ସାର୍ଥକ ରାୟ, ମହମ୍ମଦ ଆଜମଲ,ସତ୍ୟରଞ୍ଜନ ଦଳେଇ,ବିନୟ ଦାସ,ସବ୍ୟସାଚୀ ମିଶ୍ର,ବିଜୟ ସେଠି,ଜିତୁ ସାମଲ,କପିଳ ସାମଲ,ବିକି ସାମଲ,ରାଜୁ ସେଠି,ଅରଜିତ ମହାନ୍ତି,ବିଶ୍ୱନାଥ ସାମଲ, ଲିପୁନା ସାମଲ,ଟୁଲୁ ସାମଲ,ଚିତ୍ତାନନ୍ଦ ସିଂ,ହିନା ସାମଲ,ରାଜା ନାଏକ,ସୋନୁ ସାମଲ,କୁନା ସାମଲ,ଦୀପକ ସାମଲ,ସୁକାନ୍ତ ପଣ୍ଡା,ଅନୀଲ ନାଏକ,ମୁନା ଅଧିକାରୀ, ଶିବ ସାମଲ,ବିଟୁ ମହାନ୍ତି,ଚିତ୍ତରଞ୍ଜନ ଦାସ,ନରେନ୍ଦ୍ର ଦାସ,ରାହୁଲ ମହାନ୍ତି,ଟୁଟୁ ନାଏକ,ବିଶାଳ ନାଏକ,ତୁଷାର ନାଏକ,ପ୍ରଶାନ୍ତ ବେହେରା,ଗୋବିନ୍ଦ ନାଏକ,ଶରତ ଭୋଳ,ସସ୍ମିତା ବାରିକ,ଶରତ ବିଶ୍ୱାଳ,କେ କେ ରାଓ,ନରେନ୍ଦ୍ର ଦାସ ଆଦି ଶତାଧିକ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ।

Leave a Reply

3 × three =