EducationOdishaTrending News
ଟ୍ୟୁସନ୍ ଖୋର ଅଧ୍ୟାପକ ସାବଧାନ।
Home » Blog » ଟ୍ୟୁସନ୍ ଖୋର ଅଧ୍ୟାପକ ସାବଧାନ।

ଟ୍ୟୁସନ୍ ଖୋର ଅଧ୍ୟାପକ ସାବଧାନ:

ସରକାରୀ ଅଧ୍ୟାପକଙ୍କୁ ଘରୋଇ ଟ୍ୟୁସନ ଉପରେ ବ୍ରେକ ଲଗାଇବା ପାଇଁ ଉଚ୍ଚଶିକ୍ଷା ବିଭାଗର ଛାଟ୍। ଦୁଇଦିନ ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ ଘରୋଇ ଟ୍ୟୁସନ କରୁଥିବା ଅଧ୍ୟାପକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଘୋଷଣା କରିଥିଲା। ଆଜି ଏହି କ୍ରମରେ ଟ୍ୟୁସନ କରୁଥିବା ୧୧୧ଜଣ ସରକାରୀ ଅଧ୍ୟାପକଙ୍କ ତାଲିକା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି। ଉପକୂଳ ଜିଲ୍ଲାର କଲେଜଗୁଡିକରୁ ସଂଗ୍ରହ ରିପୋର୍ଟ ଭିର୍ତ୍ତିରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ତାଲିକାରେ ଭୁବନେଶ୍ବର, କଟକ ସମେତ ରାଜ୍ୟର ବିଭିନ୍ନ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜରେ କାର୍ଯ୍ୟରତ ଅଧ୍ୟାପକଙ୍କ ନାଁ ରହିଥିବା ଜଣାପଡିଛି।ସୂଚନା ମୁତାବିକ ଉଚ୍ଚଶିକ୍ଷା ବିଭାଗ ପ୍ରଥମ ଦଫାରେ ୧୧୧ ଅଧ୍ୟାପକ ମାନଙ୍କର ତାଲିକା ଜାରି କରିଛି । ସେମାନଙ୍କ ବିରୋଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଭିତରେ ଭୁବନେଶ୍ବରର ବିଜେବି, ରମାଦେବୀ ଓମେନ୍ସ, ରମାଦେବୀ ଜୁନିଅର, ବିଜୁପଟ୍ଟନାୟକ, ଏକାମ୍ର କଲେଜର ୮ ଅଧ୍ୟାପକ, ଖୋର୍ଦ୍ଧାର ୬, ଭଦ୍ରକର ୮, ଯାଜପୁରର ୧୧, ସେହିପରି କଟକ, କେନ୍ଦ୍ରାପଡା, ବାଲେଶ୍ବର, କେନ୍ଦୁଝର, ଆଦି କଲେଜର ମୋଟ ୧୧୧ ଅଧ୍ୟାପକଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଦୁଇ ଦିନ ତଳେ ସରକାରୀ କଲେଜ ଅଧ୍ୟାପକଙ୍କ ଘରୋଇ ଟ୍ୟୁସନ ଉପରେ ରୋକ ଲାଗାଇବାକୁ ଉଚ୍ଚଶିକ୍ଷା ବିଭାଗ ସୂଚନା ଦେଇଥିଲା। ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଶିକ୍ଷା ଦାନର ମାନ ବୃଦ୍ଧି ସହ ରେଜଲ୍ଟ ଆହୁରି ଭଳ ଲକ୍ଷ୍ୟରେ ଉଚ୍ଚଶିକ୍ଷା ବିଭାଗ ଏପରି ପଦକ୍ଷପ ନେଉଛନ୍ତି। ପୂର୍ବରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ସର୍ବନିମ୍ନ ୩୩ ପ୍ରତିଶତ ମାର୍କ ନିୟମ ଲାଗୁ କରିବାକୁ ସରକାର ଘୋଷଣା କରିଥିଲେ।କଟକ ଓ ଚୌଦ୍ବାରର ନାମିଦାମୀ କୋଚିଂ ସେଣ୍ଟର ଓ ଆବାସିକ ମହାବିଦ୍ଯାଳୟ ମାନଙ୍କରେ ପାଠ ପଢାଉଥିବା ସରକାରୀ ଓ ଅନୁଦାନ ପ୍ରାପ୍ତ କଲେଜର ଅଧ୍ୟାପକ ମାନଙ୍କ ଲମ୍ବା ତାଲିକା ଖୁବ୍ ଶିଘ୍ର ସାମାଜିକ ଗଣମାଧ୍ୟମରେ ଦିଆଯିବ ବୋଲି ଶୁଣାଯାଏ।
Previous Post5 th Annual function of Bidyut prava sahitya sansad
Next Postकटक टेक्सटाइल मर्चेंट एसोसिएशन ने बड़े धूमधाम व हर्षोल्लास से 71वाँ गणतंत्र दिवस मनाया