Skip to main content

Loading

  ଟି. ଏନ୍.ଟି ସ୍କିଲ ସେଣ୍ଟରରେ ଏକ ବୈଜ୍ଞାନିକ ପ୍ରଦର୍ଶନୀ ଆୟୋଜିତ ହୋଇଅଛି।

ବ୍ରହ୍ମପୁର:  ଟି. ଏନ୍.ଟି ସ୍କିଲ ସେଣ୍ଟରରେ ଏକ ବୈଜ୍ଞାନିକ ପ୍ରଦର୍ଶନୀ ଆୟୋଜିତ ହୋଇଅଛି ।

ଦିନକୁ ଦିନ ଦେଶବଢୁଛି ଏବଂ ବିଜ୍ଞାନର ପଥ ଆଗକୁ ଯାଉଛି ବୈଜ୍ଞାନିକ ପଦ୍ଧତି ଏବଂ ଆଧୁନିକ ଜ୍ଞାନକୌଶଳରେ ମଧ୍ୟ ଭାରତୀୟ ଟେକ୍ନୋଲୋଜି ବହୁତ ଆଗକୁ ଯାଉଛି ଏବଂ ଆଜିର ଛାତ୍ରଛାତ୍ରୀମାନେ ସେମାନଙ୍କର ସୂକ୍ଷ୍ମ ବୃଦ୍ଧିରେ ତିଆରି କରୁଛନ୍ତି ଅଭିନବ କୌଶଳମାନ । ସେହିପରି ବ୍ରହ୍ମପୁର ସହରରେ ଟି.ଏନ୍.ଟି ସ୍କିଲ ସେଣ୍ଟର ନାମକ ପ୍ରସିଦ୍ଧ ଶିକ୍ଷାନୁଷ୍ଠାନର ଚେୟାରମେନ ଅଧ୍ୟାପକ ଶ୍ରୀଯୁକ୍ତ ଅଜୟ କୁମାର ଦ୍ବିବେଦୀ ଓ ଡ୍ଯାରେକ୍ଟର ତୁଳସା ଦ୍ବିବେଦୀଙ୍କ ନେତୃତ୍ବରେ ଏକ ବୈଜ୍ଞାନିକ ମେଳା ଅନୁଷ୍ଠିତ ହୋଇଅଛି। 20 ଜଣ ଛାତ୍ରଛାତ୍ରୀ ଏହି ବୈଜ୍ଞାନିକ ମେଳା ତତ୍ତ୍ଵାବଧାନରେ ନିଜ ନିଜର ପ୍ରତ୍ୟକ୍ଷ କୃତିତ୍ୱର ବା ପାରଦର୍ଶିତାର ପ୍ରଦର୍ଶନ କରିଥିଲେ। ଏହି ବୈଜ୍ଞାନିକ ମେଳା ବା ପ୍ରଦର୍ଶନୀରେ ଛାତ୍ରଛାତ୍ରୀମାନଙ୍କୁ ପ୍ରତ୍ସାହନ ଦେବା ନିମନ୍ତେ ଏବଂ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଶ୍ରୀ କାମେଶ୍ବର ମହାନ୍ତି, ଶ୍ରୀ ନିରଞ୍ଜନ ସାହୁ ପ୍ରମୁଖ ମଞ୍ଚାସୀନ ସମ୍ମାନୀୟ ଅତିଥି ବୃନ୍ଦ ଏହି ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କର ବୈଜ୍ଞାନିକ ପ୍ରଦର୍ଶନୀର ମୂଲ୍ୟାୟନ କରିଥିଲେ ।

ଏହି ବୈଜ୍ଞାନିକ ପ୍ରଦର୍ଶନୀରେ ଶ୍ରୀୟା ମହାପାତ୍ର, ଶ୍ରୁତି ରାଣୀ ବେହେରା, ଆନ୍ସିକା ମୁନି, ଅର୍ପିତା କର, ଚାନ୍ଦିନୀ ପଣ୍ଡା, କେ. ବିଷ୍ଣୁପ୍ରିୟା ପାତ୍ର, ଲିଜା ରାଣୀ ପଟ୍ଟନାୟକ, ଇତିଶ୍ରୀ ବେହେରା, ଡି.ଧିରାଜ କୁମାର ପାତ୍ର, ଡି. ସୁରଜ୍ କୁମାର ପାତ୍ର, ସଞ୍ଜୀବ ବିଷୋୟୀ, ଆୟୁଷ ମହାରଣା, ଆଲୋକ ସାହୁ, ଶୁଭମ୍ ଆର୍ଶୀବାଦ ପୃଷ୍ଠି, କେ. ଶ୍ରୀୟା ଡୋରା, ଶ୍ରାବଣୀ ସେନାପତି, ତାପେନ୍ଦ୍ର ଡାକୁଆ, ଏମ୍ ସୂର୍ଯ୍ୟ ନାରାୟଣ ସୁଵୁଧି ନାମକ ଛାତ୍ର ଛାତ୍ରୀ ଏହି ବୈଜ୍ଞାନିକ ପ୍ରଦର୍ଶନୀରେ ପ୍ରତ୍ୟକ୍ଷ ଭାବେ ଅଂଶ ଗ୍ରହଣ କରି ନିଜର ପ୍ରତିଭାର ପ୍ରଦର୍ଶନ କରାଇଛନ୍ତି । ଛାତ୍ରଛାତ୍ରୀମାନେ ଏଥିରେ ବହୁ ବୈଜ୍ଞାନିକ ବିଷୟକୁ ନେଇ ଚର୍ଚ୍ଚା କରିଥିଲେ, ସେଥିମଧ୍ଯରୁ କେତେକ ବିଷୟ ହେଲା ଜଳ ପ୍ରଦୂଷଣ, ଅମ୍ଳଜାନର ଉପସ୍ଥିତି, ଇନ୍ଧନ ମୁକ୍ତ ବାହନ, ମାଇକ୍ରୋସ୍କୋପ, Smart House, Solar systemପ୍ରମୁଖ ବିଷୟ ଉପରେ ଆଲୋଚନା କରାଯାଇଛି। ଏହିପରି ଭାବରେ ଅନୁଷ୍ଠାନରେ ବୈଜ୍ଞାନିକ ପ୍ରଦର୍ଶନୀ ଆୟୋଜିତ କରି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ଉର୍ଦ୍ଧଆଡକୁ ଅଗ୍ରସର କରାଇଥିବାରୁ ଅଧ୍ୟାପକ ଶ୍ରୀ ଅଜୟ କୁମାର ଦ୍ବିବେଦୀ ଓ ଅଧ୍ୟାପିକା ଶ୍ରୀମତୀ ତୁଳସୀ ଦ୍ବିବେଦୀ, ବିଜ୍ଞାନ ଶିକ୍ଷକ ଲକ୍ଷ୍ମୀକାନ୍ତ ଶତପଥି, ମଞ୍ଚାସୀନ ଅତିଥିବୃନ୍ଦ ତଥା ଶ୍ରୀ କାମେଶ୍ବର ମହାନ୍ତି ଓ ଶ୍ରୀ ନିରଞ୍ଜନ ସାହୁ, ଙ୍କ ସହିତ ୭ ଟାଇଗର ଟିମ୍, ସୌରଭ ସାବତ, ଶିବାନନ୍ଦ ପଣ୍ଡା, ଟି.ଶିବାନୀ ରାଓ ଏବଂ ଟି.ଏନ୍.ଟି ସ୍କିଲ ସେଣ୍ଟରର ସମସ୍ତ କାର୍ଯ୍ୟକର୍ତ୍ତାମାନଙ୍କୁ ଧନ୍ୟବାଦ ଜ୍ଞାପନ କରୁଅଛୁ।

Leave a Reply

five × 2 =