Sudhakar kumar Shahi (spl.correspindent)
କଟକ : କରୋନା ସଚେତନତାର ବାର୍ତ୍ତା ବାଣ୍ଟିଲା ପ୍ରଗତି ଫାଉଣ୍ଡେସନ,ଫାଉଣ୍ଡେସନ ତରଫରୁ କଟକ ସହରର ବିଭିନ୍ନ ସ୍ଥାନରେ ବିଶ୍ବ ମହାମାରୀ “କରୋନା” କୁ ନେଇ ସଚେତନତା କାର୍ଯ୍ୟକ୍ରମ ସାଙ୍ଗକୁ ବିଶ୍ବକୁ କରୋନା ମୁକ୍ତ ପାଇଁ କଟକ ଖାନଗର ସ୍ଥିତ ଶ୍ରୀସାଇ ମନ୍ଦିର ଠାରେ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
ଖାନଗର ଶ୍ରୀସାଇ ମନ୍ଦିରଠାରୁ ଏକ ସଚେତନତା ରାଲି ବାହାରି ବାଦାମବାଡି ଟ୍ରାଫିକ ଛକଦେଇ ଝାଞ୍ଜିରୀମଙ୍ଗଳା ଛକ ଅତିକ୍ରମ କରି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପର୍ଯ୍ୟନ୍ତ ଏହି ସଚେତନତା ଶୋଭାଯାତ୍ରା ପହଞ୍ଚିଥିଲା l
ଏହି କାର୍ଯ୍ୟକ୍ରମକୁ ଫାଉଣ୍ଡେସନର ସଂପାଦକ ପ୍ରଦିପ କୁମାର ନାୟକ ପରିଚାଳନା କରିଥିବା ବେଳେ କଟକ ବାଦାମବାଡି ଥାନା ଅଧିକାରୀ ହିମାଂଶୁ ଭୂଷଣ ସ୍ବାଇଁ, ପୁରୀଘାଟ ଥାନା ଅଧିକାରୀ ରଶ୍ମି ରଞ୍ଜନ ସାହୁ,କଟକ କିନ୍ନର ସଂଘ ସଭାପତି ତନୁଶ୍ରୀ ବେହେରା ଏବଂ ସୋନି ସିଲ୍ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଫାଉଣ୍ଡେସନର କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ l
ଅତିଥିମାନେ ଜନସାଧାରଣଙ୍କୁ ସଚେତନତାକରାଇବା ଦେଖିବାକୁ ମିଳିଥିଲା l
ସଚେତନତା କାର୍ଯ୍ୟକ୍ରମ ରେ ଫାଉଣ୍ଡେସନ ଉପ ସଭାପତି ଆଶୀଷ କୁମାର ସ୍ବାଇଁ, କୋଷାଧ୍ୟକ୍ଷ ତୁଷାର କାନ୍ତ ସ୍ବାଇଁ,ସ୍ବାଭିମାନ ସାହୁ,ଶାଶ୍ବତ ରାଉତରାୟ, ସୂରଜ ନାୟକ, ସୂର୍ଯ୍ୟକାନ୍ତ ସାହୁ, ବିକାଶ ଦଳେଇ, ଶୁଭେନ୍ଦୁ ତ୍ରିପାଠୀ, ଜଗନ୍ନାଥ ରାଉତ, ବିଙ୍ଗ ହ୍ୟୁମାନ୍ ଫାଉଣ୍ଡେସନର ସଭାପତି କ୍ଷିତିସ୍ ବେହେରା, ଶାଶ୍ବତ ନାୟକ ପ୍ରମୁଖ ସମସ୍ତ ସଦସ୍ୟ ମାନେ ସାମିଲହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ !