Skip to main content
EducationOdishaTrending News

ରେଭେନ୍ଶା ବିଶ୍ୱବିଦ୍ୟାଳୟ ସମାଜ ବିଜ୍ଞାନ ବିଭାଗର ପୂରାତନ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଯାଇଛି।

By February 16, 2020No Comments

ରେଭେନ୍ଶା ବିଶ୍ୱବିଦ୍ୟାଳୟ ସମାଜ ବିଜ୍ଞାନ ବିଭାଗର ପୂରାତନ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଯାଇଛି।

ରେଭେନ୍ଶା ବିଶ୍ୱବିଦ୍ୟାଳୟ ସମାଜ ବିଜ୍ଞାନ ବିଭାଗର ପୂରାତନ ଛାତ୍ର ସମାବେଶ ଆଜି ଅନୁଷ୍ଠିତ ହୋଇଯାଇଛି।ଏହି ବିଭାଗର ଏହା ପ୍ରଥମ ପୂରାତନ ଛାତ୍ର ସମାବେଶ।ଏହି ସମାବେଶରେ ପ୍ରଥମ ଥର ପାଈଁ ଛାତ୍ରଛାତ୍ରୀ ମାନେ ଏକତ୍ରିତ ହୋଇ ସମାଜ ବିଜ୍ଞାନ ବିଭାଗର ପ୍ରଥମ ପୂରାତନ ଛାତ୍ର ସଂସଦ ଗଠନ କରିଛନ୍ତି।
ଏହି ପୂରାତନ ଛାତ୍ର ସଂସଦରେ ଡ଼. ସନ୍ତୋଷ କୁମାର ରଥ କାର୍ୟ୍ଯକାରି ସଭାପତି, ସ୍ମୃତି ରଞ୍ଜନ ଦାସ ସଧାରଣ ସମ୍ପାଦକ,ଡ. ଆଦିତ୍ୟ କେଶରୀ ମିଶ୍ର ଏବଂ ନିଶାନ୍ତ ମାଝିଥିଆ ଉପସଭାପତି,ସାରଦା ପ୍ରସନ୍ନ ଦାସ ଏବଂ ନାରାୟଣ ସାହୁ ଯୁଗ୍ମ ସମ୍ପାଦକ ତଥା ସୋନିଆ ସରକାର କୋସାଧ୍ୟକ୍ଷ ଏବଂ ବିଭାଗର ବିଭାଗୀୟ ମୁଖ୍ୟ ଡ. ବିକ୍ରମ କେଶରୀ ମିଶ୍ର ଆବାହକ ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି।
ବର୍ଷକୁ ଥରେ ରାଷ୍ଟ୍ର ସ୍ଥରିୟ ସମ୍ମିଳନୀ ,୩ ଥର ଆଲୋଚନାଚକ୍ର ,ବିଭାଗର ମେଧାବୀ ଓ ଗରିବ ଛାତ୍ର ଛାତ୍ରୀ ଙ୍କ ପାଈଁ ବୃତ୍ତି ,ରୋଜଗାର ସମ୍ପର୍କୀୟ ପ୍ରଶିକ୍ଷଣ ,ପୋଷ୍ୟଗ୍ରାମ ବିକାଶ ମୂଳକ କାର୍ୟ୍ଯ ଇତ୍ୟାଦି ଦିଗ, ସଂସଦର ମୌଳିକ ଆଭିମୁଖ୍ୟ ରହିବ ବୋଲି ଆବାହକ ତଥା ବିଭାଗୀୟ ମୁଖ୍ୟ ଡ଼. ମିଶ୍ର ଜଣାଇଛନ୍ତି।
ଏହି ସମାବେଶରେ ରାଜନୀତି ,ଆଇନ ,ନ୍ୟାୟପାଳିକା ,ଉଚ୍ଚଶିକ୍ଷା,ଗଣମାଧ୍ୟମ,ସ୍ୱେଚ୍ଛାସେବୀ ସଙ୍ଗଠନ,ଅଣ ସରକାରୀ ସଙ୍ଗଠନ ,ସ୍ବାସ୍ଥ୍ୟ ,ସଂସ୍କୃତି ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଥିବା ପୂରାତନ ଛାତ୍ର ମାନେ ଯୋଗଦେଇଥିଲେ।

Leave a Reply

fourteen + five =