Skip to main content

Loading

ବିକ୍ରମ କେଶରୀ ବର୍ମାଙ୍କ ବିୟୋଗରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଶୋକ।

କଟକ :ବିଶିଷ୍ଟ ଶିକ୍ଷାବିତ୍ ପ୍ରାକ୍ତନ ବିଧାୟକ ବିକ୍ରମ କେଶରୀ ବର୍ମା ଆଉ ନାହାନ୍ତି, ଏହା ବଡ ଦୁଃଖଦ ଖବର । ତାଙ୍କର ଶାନ୍ତ ସରଳ ଭଦ୍ର ଆମାୟିକ ଗୁଣ ସମସ୍ତଙ୍କୁ ଆକୃଷ୍ଟ କରୁଥିଲା, ରାଜନୀତି ରେ ରହି ସଚ୍ଚୋଟ ନିଷ୍ଠାପର ଓ ଆଦର୍ଶ ପ୍ରତିଷ୍ଠା କରିବାରେ ସେ ଥିଲେ ଉଦାହରଣ। ବିହନ ନିଗମ ଅଧ୍ୟକ୍ଷ ହେଉ ବା କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ରୂପେ ଦାୟିତ୍ଵ ନେଇ ବେଶ୍ ସଫଳ ହୋଇଥିଲେ, । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅନ୍ତରଙ୍ଗ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୀୟ ଭାଜନ ଥିଲେ। ବିଧାୟକ ଥାଇ ବିଧାନସଭାରେ ବିଧାୟକ ମାନଙ୍କ ବେତନ ବୃଦ୍ଧିକୁ ବିରୋଧ କରିବାରେ ସେ ପ୍ରଥମ ନେତା। 610 ଯୋଜନାରେ ସାରା ରାଜ୍ୟର ଉଚ୍ଚ ବିଦ୍ୟାଳୟ ଗୁଡ଼ିକୁ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ କରିବା ଏବଂ ଛଟେଇ ଈ ଜି ଏସ  22000 ରୁ ଉର୍ଦ୍ଧ ଶିକ୍ଷକ ଙ୍କୁ ଗଣଶିକ୍ଷକ ରେ ରୂପାନ୍ତରିତ କରି ନିୟମିତ କରିବା ରେ ଇତିହାସ ସୃଷ୍ଟି କରିଛନ୍ତି। ଜେ ଏନ୍  କଲେଜ ପ୍ରାଣ ପ୍ରତିଷ୍ଠାତା ଥାଇ ରାଜ୍ୟରେ ବହୁ ଶିକ୍ଷା ନୁଷ୍ଠାନ  ପ୍ରତିଷ୍ଠା କରିଥିଲେ । ତାଙ୍କ ବିୟୋଗ ଅତ୍ୟନ୍ତ ଦୁଃଖଦ ଖବର , ତାଙ୍କର ପବିତ୍ର ଆତ୍ମା ଚିର ଶାନ୍ତି ଲାଭ କରୁ, ପରମାତ୍ମା ଶ୍ରୀ ଜଗନ୍ନାଥ ଙ୍କୁ ଆମର ପ୍ରାର୍ଥନା    ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ।

ବିକ୍ରମ କେଶରୀ ବର୍ମାଙ୍କ ବିୟୋଗରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଶୋକ।

ମାହାଙ୍ଗାରପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କର ଆଜି ପରଲୋକ ଘଟିଛି । ଶ୍ରୀ ବର୍ମା ଅସୁସ୍ଥ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ବିୟୋଗରେ ପଚାଂୟତିରାଜ , ପାନୀୟଜଳ ,ଆଇନ , ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଗଭୀର ଶୋକ ପ୍ରକାଶ କରିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ତାଙ୍କ ଶୋକ ବାର୍ତାରେ କହିଛନ୍ତି ଯେ ଶ୍ରୀ ବର୍ମାଙ୍କ ବିୟୋଗ ଖବର ପାଇ ସେ ଦୁଃଖିତ । ସ୍ୱର୍ଗତ ଶ୍ରୀ ବର୍ମା ଓଡିଶା କାଜୁ ନିଗମର ଅଧ୍ୟକ୍ଷ ହୋଇଥିଲେ । ଜଣେ ଶିକ୍ଷକ ନେତା ଭାବେ ଖ୍ୟାତି ଅର୍ଜନ କରିଥିଲେ । ସେ ଜଣେ ମିଷ୍ଠଭାଷୀ , ସରଳ , ନିଷ୍କପଟ ପରୋପକାରୀ , ବନ୍ଧୁବଚ୍ଛଳ , ସମାଜସେବୀ ଥିଲେ । ମାହାଙ୍ଗା ଅଂଚଳର ବିକାଶ ପାଇଁ ସେ ସ୍ମରଣୀୟ ହୋଇ ରହିବେ । ତାଙ୍କର ବିୟୋଗ ଅତ୍ୟନ୍ତ ଦୁଃଖ ଦାୟକ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରି ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହିତ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି ।

Leave a Reply

one × 3 =