Skip to main content
OdishaTrending News

ପ୍ରଗତି ଫାଉଣ୍ଡେସନ ତରଫରୁ କଟକ ସହରର ବିଭିନ୍ନ ଛକ ରେ ପୋଲିସ୍ ଓ ଅସହାୟ ଲୋକ ମାନଙ୍କୁ ସୁଖିଲା ଖାଦ୍ୟ ବଣ୍ଟନ ।

By March 27, 2020One Comment

Loading

ପ୍ରଗତି ଫାଉଣ୍ଡେସନ ତରଫରୁ କଟକ ସହରର ବିଭିନ୍ନ ଛକ ରେ ପୋଲିସ୍ ଓ ଅସହାୟ ଲୋକ ମାନଙ୍କୁ ସୁଖିଲା ଖାଦ୍ୟ ବଣ୍ଟନ ।


କଟକ ତା ୨୭/୩ ଓଡିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ପ୍ରଗତି ଫାଉଣ୍ଡେସନ ଆଜି ଠାରୁ ସାତ ଦିନ ପର୍ଯ୍ୟନ୍ତ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳ ରେ ପୋଲିସ୍, ଅସହାୟ, ଅନାଥ,ଗରିବ ଲୋକ ମାନଙ୍କୁ ସୁଖିଲା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ କରାଯାଇଛି, ପ୍ରଥମ ଦିନରେ ଆଜି କଟକ ସହର ରେ ଆମକୁ ସୁରକ୍ଷା ଓ ସଚେତନତା କରୁଥିବା ପୋଲିସ୍ ବନ୍ଧୁ,ଅସହାୟ ମାନଙ୍କୁ ସୁଖିଲା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ କରାଯାଇଛି, ତା ସହ କଟକ ବଡ଼ ମେଡ଼ିକାଲ ରେ ମୟୂରଭଞ୍ଜ ଅଞ୍ଚଳର ପ୍ରବିର କୁମାର ଚାଟାର୍ଜୀ ହୃଦ୍ ରୋଗରେ ଅସୁସ୍ଥ ହୋଇ ଚିକିତ୍ସା ହୋଇ ଥିଲେ କିନ୍ତୁ ରକ୍ତ ଅଭାବରୁ ତାଙ୍କ ଅସ୍ତ୍ରୋପଚାର ହୋଇ ପାରୁନଥିଲା ଖବର ପାଇଁ ଫାଉଣ୍ଡେସନ ଜରୁରୀକାଳୀନ ଟିମ୍ ପହଞ୍ଚି ଫାଉଣ୍ଡେସନ ସଦସ୍ୟ ଏସ୍ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି,

ଏହି କାର୍ଯ୍ୟକ୍ରମ ରେ ଫାଉଣ୍ଡେସନ ସଂପାଦକ ପ୍ରଦିପ କୁମାର ନାୟକ, ସୌମ୍ୟରଞ୍ଜନ ଧଳ,ସୂର୍ଯ୍ୟକାନ୍ତ ସାହୁ,ବିକାଶ ଦଳେଇ, ଶିଶିର କୁମାର ବେହେରା, ସୂରଜ କୁମାର ନାୟକ ପ୍ରମୁଖ ଫାଉଣ୍ଡେସନ ଏକ ଦୁଇ ଜଣିଆ ଟିମ୍ ତିନି ଗୋଟି ବାଇକ୍ ରେ ସହରର ବିଭିନ୍ନ ଜାଗାରେ ବଣ୍ଟନ କରିଥିଲେ ! ଆଜି ଠାରୁ ସାତ ଦିନ ପର୍ଯ୍ୟନ୍ତ କଟକ ଜିଲ୍ଲାର ବିଭିନ୍ନ ଜାଗାରେ ବଣ୍ଟନ କରାଜିବ ବୋଲି ଫାଉଣ୍ଡେସନ ସଂପାଦକ ଶ୍ରୀ ନାୟକ ପ୍ରକାଶ କରିଛନ୍ତି !

One Comment

  • Snigdharani biswal.Nyaya paper editor.9437974759 says:

    Thanx to pragati foundation.Really u r doing noble work.Hats up t u all.God bless u all.

Leave a Reply

17 + 8 =