Skip to main content

Loading

କଟକ ନଗର ୭ ନମ୍ବର ୱାର୍ଡ କଂଗ୍ରେସ କର୍ମୀ ସମ୍ମିଳନୀ

Nirnaya Mohanty (Trainee Reporter)


କଟକ ତା ୧୭/-ଆଜି କଟକ ନଗର ୭ ନମ୍ବର ୱାର୍ଡ କଂଗ୍ରେସ କମିଟିର ଏକ କର୍ମୀ ସମ୍ମିଳନୀ ସେଲଟର ଛକ ସ୍ଥିତ ବିଧାୟକଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ୱାର୍ଡ ସଭାପତି ଦିଲ୍ଲୀପ କୁମାର ମହାନ୍ତିଙ୍କ ପୌରହିତ୍ୟ କରିଥିଲେ । କଟକ ନଗର କଂଗ୍ରେସ ସଭାପତି ଗିରିବାଳା ବେହେରା ଯୋଗଦେଇ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ସଙ୍ଗଠନକୁ ୱାର୍ଡ ଏବଂ ବୁଥ ସ୍ତରରେ କମିଟିମାନ ଗଠନ କରି ଲୋକାଭିମୁଖୀ ସଂଗଠନରେ ପରିଣତ କରିବା ପାଇଁ କଂଗ୍ରେସ କର୍ମୀମାନଙ୍କୁ ଆହ୍ଵାନ ଜଣାଇଥିଲେ । ଏଥିରେ ବାରବାଟୀ-କଟକ ବିଧାୟକ ଇଂ ମହମ୍ମଦ ମୋକିମ ଯୋଗଦେଇ ସ୍ଥାନୀୟ ଅଞ୍ଚଳର ରାସ୍ତାଘାଟ, ପରିମଳ, ମଶା ନିରାକରଣ, ପାନୀୟଜଳ ଓ ସ୍ୱାସ୍ଥ୍ୟ ସେବା ଆଦି ମୌଳିକ ସମସ୍ୟାକୁ ନେଇ ଦୀର୍ଘ ୨୨ ବର୍ଷର ନିରନ୍ତର ଶାସନରେ ଥାଇ ଶାସକ ବିଜେଡି ସରକାରର ଅପାରଗତା ବିରୁଦ୍ଧରେ ଜନସଚେତନତା ସୃଷ୍ଟି କରିବା ସହିତ ଆଗାମୀ ପୌର ନିର୍ବାଚନ ପାଇଁ ପ୍ରସ୍ତୂତି ରହିବାକୁ ପରାମର୍ଶ ଦେଇଥିଲେ । ୱାର୍ଡ କଂଗ୍ରେସର ବରିଷ୍ଠ ନେତା ବିରେନ୍ଦ୍ର ଦାସ ଆଗାମୀ ପୌର ନିର୍ବାଚନ ପାଇଁ ଯୋରଦାର ସାଙ୍ଗଠନିକ ପ୍ରସ୍ତୁତି ହେବାକୁ କର୍ମୀମାନଙ୍କୁ ଆହ୍ଵାନ ଜଣାଇଥିଲେ ଭାଷଣରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜେନ୍ଦ୍ର ପଟ୍ଟନାୟକ, ଶିବ ପ୍ରସାଦ ନାୟକ, ସୁଦର୍ଶନ ଶେଠୀ,ଗଣେଶ୍ଵର ମଲ୍ଲିକ,ବିଜୟ କୁମାର ରାଉତ,ସେକ କିଫାୟତ,ପିନାକୀ ଦତ୍ତ,ନାରାୟଣ ସିଂ,ପିଙ୍କି ସିଂ, ଶୋନୁ ସ୍ଵାଇଁ ପ୍ରମୁଖ ଊପସ୍ଥିତ ଥିଲେ ।

Leave a Reply

seventeen − six =