Skip to main content

Loading

ଗଣମାଧ୍ୟମ ପ୍ରତିନିଧିଙ୍କୁ ପୋଲିସ୍‌ର ଦୁର୍ବ୍ୟବହାରକୁ ଦୃଢ ନିନ୍ଦା

କଟକ : କୋରନା କଟକଣା ଆଳରେ ପୋଲିସ୍ ବିଭିନ୍ନ ସ୍ଥାନରେ ବାଉଁଶ ବାନ୍ଧି ଯାଞ୍ଚ କରୁଛି । ଏହି ଯାଞ୍ଚ ବେଳେ ଦାୟିତ୍ୱରେ ଥିବା ପୋଲିସ୍ କର୍ମଚାରୀମାନେ ଲୋକମାନଙ୍କ ଉପରେ ମାତ୍ରାଧିକ ଜୁଲୁମ କରିବା ସହ ଦୁର୍ବ୍ୟବହାର କରିବାର ଖବର ବାରମ୍ବାର ନଜରକୁ ଆସୁଛି ।

ଏହି ପୋଲିସ୍ କର୍ମଚାରୀମାନେ କେବଳ ସାଧାରଣ ଲୋକଙ୍କ ଉପରେ ଜୁଲୁମ କରୁନାହାନ୍ତି ବରଂ କରୋନା କାଳରେ ନିଜ ଜୀବନକୁ ପାଣି ଛାଡାଇ ଖବର ଓ ଫଟୋ ସଂଗ୍ରହ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଦୁର୍ବ୍ୟବହାର କରିବାକୁ ପଛାଉନାହାନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଗତକାଲି ସଂଧ୍ୟାରେ ଦୈନିକ ସମାଜର ଫଟୋ ସାମ୍ବାଦିକ ତାପସ କୁମାର ମହାନ୍ତି ଖବର ସଂଗ୍ରହ ଉଦ୍ଦେଶ୍ୟରେ ନୂଆବଜାର ଛକ ଦେଇ ଯାଉଥିବା ବେଳେ ସେଠାରେ ଯାଞ୍ଚକାରୀ ପୋଲିସ ଅଧିକାରୀ ତାକୁ ଅଟକାଇଥିଲେ । ଗଣମାଧ୍ୟମରେ କାମ କରୁଥିବା ନେଇ ନିଜର ପରିଚୟ ପତ୍ର ଦେଖାଇବାପରେ ମଧ୍ୟ ପୋଲିସ୍ ତାଙ୍କୁ ଦୁର୍ବ୍ୟବହାର କରିଥିଲା । ସେଠାରେ ଯାଞ୍ଚ ଦାୟିତ୍ୱରେ ଥିବା ଜନୈକ ପୋଲିସ୍ କର୍ମଚାରୀ ତାଙ୍କ କାନ ଧରି ରାତ୍ରୀକାଳୀନ ନିଷେଧାଦେଶ ସମୟରେ କାହିକି ବୁଲୁଛ ବୋଲି କହି ଚାପୁଟା ମାରିବା ପାଇଁ ହାତ ଉଠାଇଥିଲେ । ଯଦି ଗଣମାଧ୍ୟମ ପ୍ରତିନିଧିଙ୍କୁ ପୋଲିସ ଏଭଳି ବ୍ୟବହାର କରୁଛି, ତେବେ ସାଧାରଣ ଲୋକଙ୍କୁ କିପରି ବ୍ୟବହାର କରୁଥିବ ତାହା ସହଜରେ ଅନୁମାନ କରାଯାଇପାରେ । ଏହି ଘଟଣାକୁ ମହାନଗର ନାଗରିକ ମଞ୍ଚର ଆବାହକ ଚିତ୍ତରଞ୍ଜନ ମହାନ୍ତି, ବରିଷ୍ଟ ସାମ୍ବାଦିକ ସତ୍ୟ ରାୟ, ସଂଗ୍ରାମୀ ଫୋରମ୍‌ର ଆବାହକ ପ୍ରଶାନ୍ତ ଦାସ, ବାମପନ୍ଥୀ ନେତା ବିଶ୍ୱାବସୁ ଦାସ ଓ ବସ୍ତିବାସିନ୍ଦା ମିଳିତ ମଞ୍ଚର ଆବାହକ ଖଗେଶ୍ୱର ସେଠୀ ପ୍ରମୁଖ ଏହାର ଦୃଢ ନିନ୍ଦା କରିବା ସହା ସଂପୃକ୍ତ ପୋଲିସ କର୍ମଚାରୀ ବିରୁଦ୍ଧରେ ଦୃଢ କାର୍ଯ୍ୟାବୁଷ୍ଠାନ ପାଇଁ ଦାବି କରିଛନ୍ତ ।

2 Comments

Leave a Reply to The Odisha Bazaar Cancel Reply

one × 1 =